ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାର କେନ୍ଦ୍ର ସରକାର ଗାନ୍ଧୀ ପରିବାରଠାରୁ ଏସପିଜି ସୁରକ୍ଷା ହଟାଇଦେଇଛନ୍ତି। ଏହାପରେ ସୋନିଆ ଗାନ୍ଧୀ ୨୮ ବର୍ଷର ସୁରକ୍ଷା ପାଇଁ ଏସପିଜି ମୁଖ୍ୟ ଅରୁଣ ସିହ୍ନାଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି।

ଶନିବାର ସୋନିଆ ଚିଠିରେ ଲେଖିଥିଲେ, “ଦୀର୍ଘ ୨୮ ବର୍ଷ ଧରି ନିଷ୍ଠାର ସହ ଏସପିଜି ଆମକୁ ସୁରକ୍ଷା ପ୍ରଦାନ କରିଥିବାରୁ ମୁଁ ଓ ମୋ ପରିବାର ଧନ୍ୟବାଦ ସେମାନଙ୍କୁ ଜଣାଉଛୁ। ଏହି ୨୮ ବର୍ଷରେ ଏସପିଜି କମାଣ୍ଡୋମାନେ ଅତ୍ୟନ୍ତ ନିଷ୍ଠାର ସହ ଆମକୁ ସୁରକ୍ଷା ଦେଇଆସିଥିଲେ।”ରାଜୀବ ଗାନ୍ଧୀଙ୍କୁ ହତ୍ୟା କରିବା ପରେ ଗାନ୍ଧୀ ପରିବାର ସମସ୍ତ ସଦସ୍ୟଙ୍କୁ ଏସପିଜି ସୁରକ୍ଷା ପ୍ରଦାନ କରାଯାଉଥିଲା। ଶନିବାର କେନ୍ଦ୍ର ସରକାର ଏହି ଏସପିଜି ସୁରକ୍ଷାକୁ ହଟାଇ ଦେଇଛନ୍ତି। ଏଣିକି ଗାନ୍ଧୀ ପରିବାରକୁ z+ ସୁରକ୍ଷା ପ୍ରଦାନ କରାଯିବ। ଗାନ୍ଧୀ ପରିବାର ପ୍ରତି ଏବେ ସେପରି କୌଣସି ବିପଦ ନଥିବା ହେତୁ ଏପରି ନିଷ୍ପତ୍ତି ନିଆଯାଇଛି।

Comment