ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖିଲାଡି ଷ୍ଟାର ଅକ୍ଷୟ କୁମାର ହେଉଛନ୍ତି ବଲିଉଡ୍‌ ଇଣ୍ଡଷ୍ଟ୍ରିର ସବୁଠୁ ଅଧିକା ଫିଲ୍ମ କରୁଥିବା ଅଭିନେତା। ପ୍ରତିବର୍ଷ ଅତିକମ୍‌ରେ ଅକ୍ଷୟ କୁମାରଙ୍କ ୩ରୁ ୪ଟି ଫିଲ୍ମ ରିଲିଜ୍‌ ହୋଇଥାଏ। ବର୍ତ୍ତମାନ ଅକ୍ଷୟ ଅପକମିଂ ଫିଲ୍ମ ସୁର୍ଯ୍ୟବଂଶୀର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହାରି ଭିତରେ ଅକ୍ଷୟ ଆଉ ଗୋଟେ ଫିଲ୍ମ ସାଇନ୍‌ କରିଥିବା ସୂଚନା ଦେଇଛନ୍ତି। ଏହି ଫିଲ୍ମର ନାଁ ହେଉଛି ‘ବେଲ୍‌ ବଟମ୍‌’।

ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ବେଲ୍‌ ବଟମ୍‌’ର ପୋଷ୍ଟର ମଧ୍ୟ ରିଲିଜ ହୋଇଯାଇଛି। ରବିବାର ନିଜେ ଅକ୍ଷୟ ‘ବେଲ୍‌ ବଟମ୍‌’ ଫିଲ୍ମର ପୋଷ୍ଟରକୁ ନିଜ ଟୁଇଟର ହ୍ୟାଣ୍ଡଲଣେ ସେୟାର କରିଛନ୍ତି। ୨୦୨୧ ମସିହା ଜାନୁଆରି ୨୬ରେ ଫିଲ୍ମ ‘ବେଲ୍‌ ବଟମ୍‌’ ବଡ଼ ପରଦାରେ ରିଲିଜ ହେବ। ତେବେ ଏହା ଏକ କନ୍ନଡ ଫିଲ୍ମର ରିମେକ୍‌ ବୋଲି କୁହାଯାଇଛି।

ଅକ୍ଷୟ ସେୟାର କରିଥିବା ପୋଷ୍ଟରରେ ଫିଲ୍ମଟି ୮୦ ଦଶକର ସମୟ ଭଳି ଜଣାପଡୁଛି। ଫିଲ୍ମରେ ଅକ୍ଷୟ ଏକ ଜାସୁସ୍‌ ଭୂମିକାରେ ନଜରରେ ଆସିପାରନ୍ତି। ବର୍ତ୍ତମାନ ଫିଲ୍ମର ସ୍କ୍ରିପ୍ଟିଂ ଉପରେ କାମ କରାଯାଉଛି। ଫିଲ୍ମ ‘ବେଲ୍‌ ବଟମ୍‌’ର ସୁଟିଂ ୨୦୧୯ ଶେଷ ଭାଗରେ ଆରମ୍ଭ ହେବ।

ବର୍ତ୍ତମାନ ଅକ୍ଷୟ କୁମାରଙ୍କ ହାତରେ ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମ ରହିଛି। ସେ ବର୍ତ୍ତମାନ ସୁର୍ଯ୍ୟବଂଶୀ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ସୁର୍ଯ୍ୟବଂଶୀ ପରେ ଅକ୍ଷୟ କୁମାରଙ୍କ ଲକ୍ଷ୍ମୀବମ୍‌, ପୃଥ୍ୱୀରାଜ୍, ବଚ୍ଚନ ପାଣ୍ଡେ, ହେରାଫେରୀ-୩ ଭଳି ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି। ଭଲ ବିଷୟବସ୍ତୁକୁ ନେଇ ଫିଲ୍ମ ଚୟନ କରୁଥିବାରୁ ଅକ୍ଷୟଙ୍କ ଅଧିକାଂଶ ଫିଲ୍ମ ସୁପରହିଟ୍‌ ହୋଇଥାଏ। ଏଥିପାଇଁ ଫ୍ୟାନ୍‌ମାନଙ୍କ ପ୍ରିୟ ହୋଇ ପାରିଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର।

Comment