ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦ କଚେଗୁଡ଼ା ଷ୍ଟେସନରେ ଦୁଇ ଟ୍ରେନ ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ ହୋଇଛନ୍ତି। କୋଗୁ ଏକ୍ପପ୍ରେସ ଏବଂ ଏମ୍‌ଏମ୍‌ଟିଏମ୍‌ ଟ୍ରେନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ଘଟିନାହିଁ।

ସୂଚନାନୁସାରେ ଷ୍ଟେସନରେ ଥିବା କୋଗୁ ଏକ୍ସପ୍ରେସକୁ ଲୋକାଲ ଟ୍ରେନ ଏମ୍‌ଏମ୍‌ଟିଏମ୍‌ ପଛରୁ ଆସି ଧକ୍କା ଦେଇଥିଲା। ଭୁଲ ସିଗ୍‌ନାଲ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଖବର ପାଇଁ ରେଲଓ୍ୱେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛି।

Comment