ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରୟାଣ ଗାଡ଼ି ନମିଳିବାରୁ ସକାଳ ୬ଟାରୁ ମେଡିକାଲ ପରିସରରେ ପଡ଼ି ରହିଛି ମହିଳାଙ୍କ ମୃତଦେହ। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଏହି ଘଟଣା ଦେଖିବାକୁ ମିଳିଛି।

ବୈପାରୀଗୁଡ଼ା ଥାନା ପଣସପୁଟ ଗାଁର ଜଣେ କ୍ୟାନ୍ସରରେ ପୀଡ଼ିତ ଥିଲେ। ଆଜି ସକାଳେ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା।

ପରିବାର ଲୋକଙ୍କ ପାଖରେ ଟଙ୍କା ନଥିବାରୁ ମେଡିକାଲରେ ସକାଳ ୬ରୁ ଶବ ରଖି ବସିଛନ୍ତି। ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିନଥିବା ସୂଚନା ମିଳିଛି।

Comment