ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ଅଡୁଆ ତୁଟୁନି। କିଏ ସରକାର ଗଠନ କରିବ ତାକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି। ବିଜେପି ଓ ଶିବସେନା ପରେ ତୃତୀୟ ବୃହତ ପାର୍ଟି ଏନ୍‌ସିପିକୁ ରାଜ୍ୟପାଳ ଭଗତ ସିଂହ ଡାକିଛନ୍ତି।

ପ୍ରଥମେ ବିଜେପିକୁ ସରକାର ଗଠନ ପାଇଁ ଡାକିଥିଲେ ରାଜ୍ୟପାଳ। ହେଲେ ବିଜେପି ହାତ ଟେକି ଦେଇଥିଲା। ପରେ ଶିବସେନାକୁ ଡକରା ଆସିଥିଲା। ସରକାର ଗଠନ ପାଇଁ ଶିବସେନା ଏନ୍‌ସିପି ଓ କଂଗ୍ରେସ ସହ ଆଲୋଚନା କରିଥିଲା। ଏନ୍‌ସିପି ସମର୍ଥନ ଦେବାକୁ ରାଜି ହୋଇଥିବା ବେଳେ କଂଗ୍ରେସ କିନ୍ତୁ କୌଣସି ନିଷ୍ପତ୍ତି ନେଇପାରି ନାହିଁ। ଶିବସେନାକୁ ସମର୍ଥନ ଦେବ କି ନାହିଁ ତାହା ଝୁଲେଇକି ରଖିଛି କଂଗ୍ରେସ।

ସୋମବାର ସନ୍ଧ୍ୟା ସାଢ଼େ ୭ଟା ଯାଏଁ ରାଜ୍ୟପାଳ ଭଗତ ସିଂହ ଶିବସେନାକୁ ମହଲତ ଦେଇଥିଲେ। ଶିବସେନା ନେତା ଆଦିତ୍ୟ ଠାକ୍‌ରେ ଏବଂ ଏକଥା ସିନ୍ଦେ ରାଜ୍ୟପାଳଙ୍କୁ ଭେଟି ଆଉ ତିନି ଦିନ ସମୟ ମାଗିଥିଲେ। ହେଲେ ରାଜ୍ୟପାଳ ସମୟ ଦେବାକୁ ମନା କରି ଦେଇଥିଲେ।

ଏବେ ରାଜ୍ୟପାଳ ଏନ୍‌ସିପିକୁ ଡାକିଛନ୍ତି। ଏନ୍‌ସିପିକୁ ସରକାର ଗଠନ ପାଇଁ ପ୍ରସ୍ତାବ ଦେଇ ପାରନ୍ତି ରାଜ୍ୟପାଳ।

Comment