ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପ ଅଠରବାଙ୍କିରେ ମୋବାଇଲ ଫାଟି ଯୁବକଙ୍କ ମୃତ୍ୟ ଘଟିଛି। ଅଠରବାଙ୍କିରେ ନିର୍ମାଣାଧୀନ ଜଗନ୍ନାଥ ମନ୍ଦିରରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ନୟାଗଡ଼ ରଣପୁର ଅଞ୍ଚଳର କୁନା ପ୍ରଧାନଙ୍କ ରବିବାର ରାତିରେ ମୃତ୍ୟୁ ଘଟିଥିଲା।

ରାତିରେ ଶୋଇଲା ବେଳେ ମୋବାଇଲକୁ ଚାର୍ଜରେ ଲଗାଇ ଛାତି ଉପରେ ରଖି ଶୋଇ ପଡ଼ିଥିଲେ କୁନା। ପ୍ରାଥମିକ ତଦନ୍ତ ଅନୁସାରେ ମୋବାଇଲ ଫାଟି କୁନାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ କୁନାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପରିବାର ଲୋକ କୁନାଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରିଛନ୍ତି।

ପରିବାର ଲୋକଙ୍କ ଅଭିଯୋଗ ଯେ ଗତକାଲି କୁନା ଦରମା ପାଇଥିଲେ। ଏହି ଦିନେ ଦୁଇଦିନ ଭିତରେ ସେ ଗାଁକୁ ଯାଇଥାନ୍ତେ। ଗତକାଲି ରାତିରେ କେମିତି ମୃତ୍ୟୁ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପୋଲିସ ସବୁ ଦିଗକୁ ଦୃଷ୍ଟିରେ ରଖି ଘଟଣାର ତଦନ୍ତ କରୁଛି।

Comment