ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ୍‌ ଫିଲ୍ମ ଦେଖ୍‌ ଭାଇ ଦେଖ୍‌ରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ପରେ ଏବେ ଲଭ୍‌ ୟୁ ଟର୍ଣ୍ଣରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ।

ବଲିଉଡରେ ପୁଣି ଜଲଓ୍ୱା ଦେଖାଇଛନ୍ତି ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ। ବଲିଉଡର ଅପକମିଙ୍ଗ ଫିଲ୍ମ ‘ଲଭ୍ ୟୁ ଟର୍ଣ୍ଣ’ରେ ସଙ୍ଗୀତ ନିର୍ଦ୍ଦେଶନାର ଭାର ସମ୍ଭାଳିଛନ୍ତି ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ।

‘ଦେଖ୍ ଭାଇ ଦେଖ୍’ ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରି କରିସାରିଥିବା ପ୍ରେମ୍ ଆନନ୍ଦଙ୍କ ଏହା ଦ୍ୱିତୀୟ ବଲିଉଡ୍ ଫିଲ୍ମ। ‘ଲଭ୍ ୟୁ ଟର୍ଣ୍ଣ’ ଫିଲ୍ମଟି ଏକ ତ୍ରିକୋଣୀୟ ପ୍ରେମ୍ କାହାଣୀକୁ ନେଇ ନିର୍ମାଣ କରାଯାଇଛି। ଏହି ଫିଲ୍ମର ଦୁଇ ଦୁଇଟି ଗୀତରେ ନିର୍ଦ୍ଦେଶନାର ଛାପ ଛାଡ଼ିଛନ୍ତି ପ୍ରେମ୍ ଆନନ୍ଦ। ଏପରିକି କଣ୍ଠଶିଳ୍ପୀ ମୋହିତ ଚୌହ୍ୱାନ, ପ୍ରେମ୍ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

ଏହି ଫିଲ୍ମରେ ଦର୍ଶକ ପ୍ରେମ୍ ଆନନ୍ଦଙ୍କ ନିର୍ଦ୍ଦେଶନାରେ ବଲିଉଡର ମୋହିତ ଚୌହ୍ୱାନ, ଆଦିତ୍ୟ ପାଲ୍, ହରିଶ୍ ରାୱତ୍ ଓ ଆକାଂକ୍ଷା ଶର୍ମାଙ୍କ କଣ୍ଠର ସୁମଧୁର ଗୀତ ଶୁଣିବେ। ଫିଲ୍ମଟି ନଭେମ୍ବର ୨୨ ତାରିଖରେ ରିଲିଜ୍ ହେବାକୁ ଯାଉଛି।

Comment