ଓଡ଼ିଶାଲାଇଭ୍ ବ୍ୟୁରୋ

ସୁପ୍ରିମକୋର୍ଟର ଐତିହାସିକ ରାୟ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି। ଶୁଣାଯାଉଛି ଆସନ୍ତା ବର୍ଷ ଏପ୍ରିଲ ୨ ଅର୍ଥାତ ରାମ ନବମୀରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହି ମାମଲା ସହିତ ଜଡ଼ିତ ଲୋକଙ୍କ କହିବା ଅନୁଯାୟୀ ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁସାରେ ହିଁ କାର୍ଯ୍ୟ ସମ୍ପାଦନ କରାଯିବ। ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କଥା କହିଛନ୍ତି।

ରାମ ମନ୍ଦିର ପାଇଁ ପୁଣି ଥରେ ଶିଳାନ୍ୟାସ ହେବ କି ନା ତାହା ଏବେ ସ୍ପଷ୍ଟ ହୋଇନାହିଁ। କାରଣ ୧୯୮୯ରେ ଥରେ ଶିଳାନ୍ୟାସ ହୋଇଥିଲା। ସରକାରୀ ସୂତ୍ର ଅନୁସାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ତିନି ବର୍ଷ ସମୟ ଲାଗିବ।

ଇତି ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଫିସ ପକ୍ଷରୁ ଅଯୋଧ୍ୟା ଜିଲ୍ଲାପାଳଙ୍କୁ ମସଜିଦ ପାଇଁ ୫ ଏକର ଜାଗା ଚିହ୍ନଟ କରିବା ପାଇଁ କୁହାଯାଇଛି। ତିନି ଚାରୋଟି ବିକଳ୍ପ ସ୍ଥାନରେ ମସ୍‌ଜିଦ ପାଇଁ ଜାଗା ଦିଆଯିବ। ସୁନ୍ନି ୱାକଫ ବୋର୍ଡ ଯେଉଁଠି ଚାହିଁବ ସେଠି ମସ୍‌ଜିଦ ତିଆରି ହେବ।

ସୁପ୍ରିମକୋର୍ଟର ଆଦେଶ ଅନୁଯାୟୀ ୨.୭୭ ଏକର ଜମିରେ ରାମ ମନ୍ଦିର ନିର୍ମାଣ ଓ ୫ ଏକର ଜାଗାରେ ମସ୍‌ଜିଦ ନିର୍ମାଣ ଏକାଥରେ ଆରମ୍ଭ ହେବ। ୱାକଫ ବୋର୍ଡ ଏଇ ମାସ ଶେଷ ସୁଦ୍ଧା ସରକାରଙ୍କୁ ଜଣାଇବ ସେହି ୫ ଏକର ଜମି ନେବ କି ନା। ଅନୁମାନ କରାଯାଉଛି ଗୁଜରାଟ ସୋମନାଥ ମନ୍ଦିର ଟ୍ରଷ୍ଟ ଢାଞ୍ଚାରେ ଅଯୋଧ୍ୟା ମନ୍ଦିର ଟ୍ରଷ୍ଟ ଗଠନ କରାଯିବ।

Comment