ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ବିଶ୍ୱବିଜୟୀ ଅଧିନାୟକ କପିଳ ଦେବଙ୍କୁ କପି କରିଛନ୍ତି ବଲିଉଡ୍ ଷ୍ଟାର ରଣବୀର ସିଂହ। କପିଳ ଦେବଙ୍କ ନଟରାଜ ସଟ୍‌କୁ କପି କରି ସେ ତାଙ୍କର ଫଟୋ ସୋସିଆଲ୍ ମିଡିଆରେ ସେଆର କରିଛନ୍ତି।

୧୯୮୩ ମସିହା ବିଶ୍ୱକପ୍ ଉପରେ ଆଧାରିତ ଫିଲ୍ମ ବର୍ତ୍ତମାନ ‘୮୩’ରେ କପିଳଙ୍କ ଚରତ୍ରରେ ଅଭିନୟ କରୁଛନ୍ତ ରଣବୀର। ଫିଲ୍ମରେ ଅବିକଳ କପିଳ ଦେବଙ୍କ ପରି ଲାଗିବା ପାଇଁ ରଣବୀର କ୍ରିକେଟ୍ ଟ୍ରେନିଂ ସହ ବହୁ ପରିଶ୍ରମ ମଧ୍ୟ କରିଛନ୍ତି। ଏହି ଫିଲ୍ମଟି ଭାରତର ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ବିଜୟ କାହାଣୀକୁ ନେଇ ନିର୍ମାଣ କରାଯାଇଛି।

ଏହି ଫିଲ୍ମରେ ରଣବୀରଙ୍କ ସହ ଦୀପିକା ପାଦୁକୋନ୍ ମଧ୍ୟ ନଜର ଆସିବେ।

Comment