ଓଡ଼ିଶାଲାଇଭ୍‌ ବ୍ୟୁରୋ

(ପୁରୀରୁ ବିଶାଳ ମହାନ୍ତି): ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ। ଏହି ଅବସରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରତ୍ନ ସିଂହାସନରେ ରାଜ ରଜେଶ୍ୱର ବେଶ ତଥା ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ଶ୍ରୀମନ୍ଦିରରେ।

ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଶ୍ରୀନଅର ପର୍ଯ୍ୟନ୍ତ ବାରିକେଡ କରାଯାଇ ଥିଲା। ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ଅନ୍ୟ ଦ୍ୱାରରେ ପ୍ରସ୍ଥାନ କରାଯାଉଥିଲା। ସେହିପରି ମନ୍ଦିର ଭିତରେ ଗହଳି ଓ ଭିଡ଼ ନିୟନ୍ତ୍ରଣ ନେଇ ସ୍ୱତନ୍ତ୍ର ପୋଲିସ ଟିମ ଓ ସାଧା ପୋଷାକ ଧାରୀ ପୋଲିସ ମଧ୍ୟ ରହିଥିଲେ।

ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ତଥା ବଡ଼ ଦାଣ୍ଡରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟତ ରହିଥିଲେ। ସେହିପରି କାର୍ତ୍ତିକ ପୂର୍ଣ୍ଣିମାରେ ଜଳାଶୟରେ ଡ଼ଙ୍ଗା ଭଷା ପରମ୍ପରା ଥିବାରୁ ମହୋଦଧି ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଅଗ୍ନିସମ କର୍ମଚାରୀ, ଲାଇଫ ଗାର୍ଡ ଉପସ୍ଥିତ ଥିଲେ। ବଡ଼ ଦାଣ୍ଡରେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଗାଡି, ପାଣି ଟ୍ୟାଙ୍କର ସେବା ଲୋକଙ୍କ ପାଇଁ ମଧ୍ୟ ଥିଲା।

ଆଜି ଭୋର ଦୁଇଟା ପରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ସକାଳେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ସୁନା ବେଶ ତଥା ରାଜ ରଜେଶ୍ୱର ବେଶ ଅନୁଷ୍ଠିତ ହୋଇଥିଲା। ଏହି ବେଶରେ ସକାଳ ଧୂପ, ବାଳ ଧୂପ ଓ ମଧ୍ୟାନ ଧୂପ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଭକ୍ତମାନେ ମହାପ୍ରଭୁଙ୍କ ରାଜ ରଜେଶ୍ୱର ବେଶ ଦର୍ଶନ କରି ଆଶିଷ ଲାଭ କରିଛନ୍ତି।

Comment