ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ଦିନ ପାଇଁ ସାମୟିକ ଭାବେ ବନ୍ଦ ରହିବ ବିଦ୍ୟୁତ ସେବା। କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାର କେତେକ ଅଞ୍ଚଳରେ ନଭେମ୍ବର୧୨(ମଙ୍ଗଳବାର) ଏବଂ ୧୩(ବୁଧବାର) ତାରିଖ ଦୁଇ ଦିନ ଧରି ବିଦ୍ୟୁତ ସେବା ସାମୟିକ ଭାବେ ବନ୍ଦ କରାଯିବ। ଏନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

ବିଦ୍ୟୁତ୍‌ ମରାମତି କାର୍ଯ୍ୟ ହେତୁ ଉପରୋକ୍ତ ଜିଲ୍ଲାଗୁଡ଼ିକର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସେସୁ ପକ୍ଷରୁ କୁହାଯାଇଛି।

ନଭେମ୍ବର ୧୨ ତାରିଖରେ ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଆଠଗଡ଼, ବଡ଼ମ୍ବା, କାନପୁର, ନରସିଂହପୁର ଆଦି ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ। ସେହିପରି ଏହିଦିନ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କୋଣାର୍କ, ରାମଚଣ୍ଡୀ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ।

ନଭେମ୍ବର ୧୩ ତାରିଖରେ ଭୁବନେଶ୍ୱରର ବିଜେବି ନଗର ଓ ଏହାର ଆଖପାଖ ଅଞ୍ଚଳର ବିଦ୍ୟୁତ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବଦ୍ୟୁତ୍‌ ସେବା ବନ୍ଦ ରହିବ। ସେହିପରି କଟକ ଲିଙ୍କ୍ ରୋଡ୍, ମାଲଗୋଦାମ, ଓଏମପି ଆଦି ଅଞ୍ଚଳରେ ବିଦ୍ୟୁତ ସେବା ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ବନ୍ଦ ରହିବ। ବାଙ୍କୀ ଓ ଖୋର୍ଦ୍ଧା ଆଦି ଅଞ୍ଚଳରେ ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏବଂ କଟକର ବିଳାସୁଣୀ ଓ ଉତ୍ତମପୁରରେ ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ।

ସେହିପରି ଢେଙ୍କାନାଳ, ପୁରୀ ଆଦି ଜିଲ୍ଲାର ଅନେକ ଅଞ୍ଚଳରେ ଏହି ଦୁଇ ଦିନ ସାମୟିକ ଭାବେ ବିଦ୍ୟୁତ ସେବା ବନ୍ଦ ରହିବ।

Comment