ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭାରେ ମୋବାଇଲ ସାହାଯ୍ୟରେ ପ୍ରଶ୍ନ ପଚାରିପାରିବେ ବିଧାୟକ। ବିଧାନସଭାର ଶୀତ ଅଧିବେଶନରେ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ନଭେମ୍ବର ୧୩ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ବିଧାନସଭା ଅଧିବେଶନରେ ବିଧାୟକମାନେ ମୋବାଇଲ ଆପ୍ ମାଧ୍ୟମରେ ପ୍ରଶ୍ନ ପଚାରିବେ। ଏହାସହ ଖୁବଶୀଘ୍ର ବିଧାନସଭା ସମ୍ପୂର୍ଣ୍ଣ ୱାଇ-ଫାଇ ହୋଇଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର। ଏଥିପାଇଁ ବିଭିନ୍ନ ପ୍ରକାର ନୂଆ ନୂଆ ବ୍ୟବସ୍ଥା ବିଧାନସଭାରେ ଆରମ୍ଭ ହେବାକୁ ଯାଉଛି।

Comment