ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭାରେ ଶୀତ ଅଧିବଶେନ ଆରମ୍ଭ ପୂର୍ବରୁ ବୁଧବାର ଗୃହର ସଦସ୍ୟ ଭାବେ ଶପଥ ନେଇଛନ୍ତି ବିଜେପୁରର ନବ ନିର୍ବାଚିତ ବିଧାୟକ ରୀତା ସାହୁ। ବାଚସ୍ପତିଙ୍କ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଚାମ୍ବରରେ ରୀତା ସାହୁ ଶପଥ ଗ୍ରହଣ କରିଛନ୍ତି।

ଗତ ମାସରେ ହୋଇଥିବା ବିଜେପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପରାସ୍ତ କରି ବିଜେଡିର ରୀତା ସାହୁ ବିଜୟୀ ହୋଇଥିଲେ। ଏଥିସହ ସେ ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Comment