ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ଦକ୍ଷ ଅଭିନେତ୍ରୀ, ମଡେଲ, ଫିଲ୍ମ ନିର୍ମାତା ଭାବେ ବଲିଉଡରେ ବେଶ୍‌ ନାଁ କରିଥିବା ଜୁହି ଚାଓ୍ୱଲା ଆଜି ୫୨ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୬୭, ନଭେମ୍ବର ୧୩ରେ ଜନ୍ମରେ ପଞ୍ଜାବରେ ଜନ୍ମ ହୋଇଥିଲେ ଜୁହି। ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଜୁହିଁଙ୍କ ସଂପର୍କରେ କିଛି କଥା…

  • ଜୁହି ତାଙ୍କ ଅଭିନୟ କ୍ୟାରିୟର ଭିତରେ ୨ ଥର ଫିଲ୍ମ ଫେୟାର ଆଓ୍ୱାର୍ଡ ଜିତିଛନ୍ତି।
  • ସେ ହିନ୍ଦୀ ବ୍ୟତୀତ ବଙ୍ଗାଳି, ପଞ୍ଜାବୀ, ମାଲାୟାଲମ, ତାମିଲ, କନ୍ନଡ, ତେଲୁଗୁ ଭାଷାରେ ବି ଫିଲ୍ମ କରିଛନ୍ତି।
  • ଜୁହିଁଙ୍କୁ ଫିଲ୍ମରେ କମେଡି କରିବାର ବି ଅନେକ ଥର ଦେଖିଛନ୍ତି ଦର୍ଶକ।
  • ପାଠପଢ଼ା ସରିବା ପରେ ଜୁହି ୧୯୮୪ରେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ସେ ବିଜୟିନୀ ହୋଇଥିଲେ।
  • ଫିଲ୍ମ ସଲ୍ତନତରେ ସେ ବଲିଉଡରେ ଡେବ୍ୟ କରିଥିଲେ। ହେଲେ ଫିଲ୍ମ ହିଟ୍‌ ହୋଇନଥିଲା।
  • ବିଜନେସ ମ୍ୟାନ ଜୟ ମେହତାଙ୍କ ବିବାହ କରିଛନ୍ତି ଜୁହି।

Comment