ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତବର୍ଷ ନଭେମ୍ବର ୧୪ରେ ଦୀପିକା ପାଦୁକୋନ ଓ ରଣବୀର ସିଂହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ହାଇ ପ୍ରୋଫାଇଲ ବାହାଘର ଇଟାଲିରେ ହୋଇଥିଲା। ଗୁରୁବାରକୁ ଦୀପିକା ଓ ରଣବୀରଙ୍କ ବିବାହକୁ ୧ ବର୍ଷ ପୂରୂଛି। ଉଭୟ ନିଜର ପ୍ରଥମ ବିବାହବାର୍ଷିକୀ କେମିତି ପାଳିବେ ଏନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ଦେଖା ଦେଲାଣି।

ନିଜର ପ୍ରଥମ ବିବାହ ବାର୍ଷିକୀରେ ରଣବୀର, ଦୀପିକା ତିରୁପତି ବାଲାଜୀ ଯିବାର ଯୋଜନା ରଖିଛନ୍ତି। ନିଜ ପରିବାର ଲୋକଙ୍କ ସହିତ ଉଭୟ ତିରୁପତିଙ୍କ ଦର୍ଶନ କରିବେ। ଏହା ବ୍ୟତୀତ ଉଭୟ ପଦ୍ମାବତୀ ମନ୍ଦିର ମଧ୍ୟ ଯିବେ। ମନ୍ଦିର ଦର୍ଶନ କରିବା ପରେ ନଭେମ୍ବର ୧୫କୁ ମୁମ୍ବାଇ ଫେରିବେ।

ଦୀପିକା ଓ ରଣବୀରଙ୍କୁ ବଲିଉଡର ସବୁଠୁ ପପୁଲାର ଯୋଡ଼ି ବୋଲି କୁହାଯାଉଛି। ଦୁହିଁଙ୍କ ଅନସ୍କ୍ରିନ ଓ ଅଫସ୍କ୍ରିନ କେମେଷ୍ଟ୍ରିକୁ ଦର୍ଶକ ପସନ୍ଦ କରନ୍ତି।

Comment