ଓଡ଼ିଶାଲାଇଭ୍ ବ୍ୟୁରୋ

 

ଆଜିଠୁ ଷୋଡ଼ଶ ଶୀତକାଳୀନ ବିଧାନସଭାର ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଛି। କିନ୍ତୁ ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ୩ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଆଜି ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ଶୋକପ୍ରସ୍ତାବ ଆଗତ କରାଯାଇଥିଲା। ପରେ ପ୍ରଶ୍ନକାଳ ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ।

ଯାଜପୁର ସ୍ମିତାରାଣୀ ବିଶ୍ୱାଳ ଆତ୍ମହତ୍ୟା ଉପରେ ଆଲୋଚନା ପାଇଁ ଅଡ଼ିବସିଲେ କଂଗ୍ରେସ ସଦସ୍ୟ। ପ୍ରଶ୍ନ କାଳର କାର୍ଯ୍ୟକ୍ରମକୁ ସ୍ଥଗିତ ରଖି ସ୍ମିତାରାଣୀ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ଏହାସହ କଂଗ୍ରେସ ନେତା ନରସିଂହ ମିଶ୍ର କହିଥିଲେ ଯେ, ପ୍ରଶ୍ନକାଳ ବାତିଲ କରାଯାଇ ନାରୀ ନିର୍ଯାତନା ଉପରେ ଆଲୋଚନା କରାଯାଉ। କିନ୍ତୁ ବାଚସ୍ପତି ସମ୍ମତି ନ ଦେବାରୁ ଉଭୟ ବିଜେପି ଓ କଂଗ୍ରେସ ଗୃହ ମଧ୍ୟକୁ ଯାଇ ହୋହାଲ୍ଲା କରିଥିଲେ। ଫଳରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ରଖିଥିଲେ ।

Comment