ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତବର୍ଷ ନଭେମ୍ବର ୧୪ରେ ଦୀପିକା ପାଦୁକୋନ ଓ ରଣବୀର ସିଂହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ହାଇ ପ୍ରୋଫାଇଲ ବାହାଘର ଇଟାଲିରେ ସମ୍ପନ୍ନ ହୋଇଥିଲା। ଆଜି ଦୀପିକା ଓ ରଣବୀରଙ୍କ ବିବାହକୁ ୧ ବର୍ଷ ପୂରିଛି।

ନିଜର ପ୍ରଥମ ବିବାହ ବାର୍ଷିକୀରେ ପରିବାର ସହିତ ରଣବୀର, ଦୀପିକା ତିରୁପତି ବାଲାଜୀଙ୍କ ଦର୍ଶନ କରିଛନ୍ତି। ଏହା ବ୍ୟତୀତ ଉଭୟ ପଦ୍ମାବତୀ ମନ୍ଦିର ମଧ୍ୟ ଯିବେ। ମନ୍ଦିର ଦର୍ଶନ କରିବା ପରେ ନଭେମ୍ବର ୧୫କୁ ମୁମ୍ବାଇ ଫେରିବେ।

ଦୀପିକା ଓ ରଣବୀରଙ୍କୁ ବଲିଉଡର ସବୁଠୁ ପପୁଲାର ଯୋଡ଼ି ବୋଲି କୁହାଯାଉଛି। ଦୁହିଁଙ୍କ ଅନସ୍କ୍ରିନ ଓ ଅଫସ୍କ୍ରିନ କେମେଷ୍ଟ୍ରିକୁ ଦର୍ଶକ ଖୁବ୍‌ ପସନ୍ଦ କରନ୍ତି।

Comment