ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲି ମକଟେଲ ବା ଥଣ୍ଡା ପାନୀୟ ପିଇବାକୁ ପ୍ରାୟ ଅଧିକାଂଶ ଲୋକ ପସନ୍ଦ କରୁଛନ୍ତି। କାରଣ ଏହା ବିଭିନ୍ନ ଫଳର ଫ୍ଲେବରଯୁକ୍ତ ଥଣ୍ଡା ପାନୀୟ, ଯେଉଁଥିରେ ଆଲକହଲ ନଥାଏ।  ଯଦି ଆପଣ ବି ମକଟେଲ ପିଇବାକୁ ପସନ୍ଦ କରୁଛନ୍ତି ତେବେ ଆପଣ ପ୍ରିଜରଭେଟିଭ୍‌ ଫ୍ରି, କେମିକାଲ ଫ୍ରି ମକଟେଲ ପିଇପାରିବେ। ନୋଭୋଲ୍ୟୁସନ ଫୁଡ୍‌ ଆଣ୍ଡ ବିଭରେଜ୍‌ କମ୍ପାନି ଏମିତି ଏକ ଭିନ୍ନ ପ୍ରକାରର ମକଟେଲ ଓଡ଼ିଶା ବଜାରରେ ଲଞ୍ଚ୍‌ କରିଛି। ଏହି ମକ୍‌ଟେଲର ନାଁ ରହିଛି ‘ହିପି’।

ଏହି ହିପି ମକ୍‌ଟେଲ ବିଭିନ୍ନ ବାର୍‌, ରେସ୍ତୋରାଁ ଏବଂ ହୋଟେଲମାନଙ୍କରେ ମିଳୁଛି। ଏହାକୁ ପିଇ ଆପଣ ଏକଦମ୍‌ ରିଲାକ୍ସ ଏବଂ ଟେନ୍‌ସନ୍‌ ଫ୍ରି ଅନୁଭବ କରିବେ।

ଏହି କମ୍ପାନି ୬ ପ୍ରକାର ମକଟେଲ ପ୍ରସ୍ତୁତ କରୁଥିବା ବେଳେ ଏବେ ମାତ୍ର ୨ ପ୍ରକାର ମକଟେଲ ମାର୍କେଟ୍‌କୁ ଆସିଛି।

ଏହି ମକଟେଲ୍‌ ପ୍ରସ୍ତୁତ କରୁଥିବା ଫ୍ୟାକ୍ଟ୍ରି ମହାରାଷ୍ଟ୍ରରେ ରହିଛି। ଖାସ୍‌ କଥା ଏହି କମ୍ପାନିର ପ୍ରତିଷ୍ଠାତା ସୋମେଶ ରଞ୍ଜନ ବେହେରା ଜଣେ ଓଡ଼ିଆ। ତାଙ୍କ ଘର ରାଉରକେଲାରେ।

‘‘୨୦୧୭ରୁ ଆମ କମ୍ପାନି ପ୍ରତିଷ୍ଠା ହୋଇଛି। ଚଳିତ ବର୍ଷ ଜୁଲାଇ ମାସରୁ ଏହି କମ୍ପାନି ନିଜର ପ୍ରଡକ୍ଟ ବଜାରକୁ ଛାଡ଼ିଛି। ଆଗାମୀ ଦିନରେ ଏହି ମକ୍‌ଟେଲକୁ ବିଭିନ୍ନ ରାଜ୍ୟରେ ସପ୍ଲାଏ କରିବାକୁ ଯୋଜନା ରଖିଛି’’, ଓଡ଼ିଶାଲାଇଭ୍‌କୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ସୋମେଶ ରଞ୍ଜନ ବେହେରା।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ହିପି ମକ୍‌ଟେଲ ଆମେ ପ୍ରଥମ ଥର ପାଇଁ ଓଡ଼ିଶାରେ ଲଞ୍ଚ କଲୁ। ଯେହେତୁ ମୁଁ ଓଡ଼ିଶାର, ସେଥିପାଇଁ ମୁଁ ମୋ ପ୍ରଡକ୍ଟର ପ୍ରଥମ ବିକ୍ରି ଓଡ଼ିଶାରୁ ହିଁ ଆରମ୍ଭ କଲି। ଆଗାମୀ ଦିନରେ ଏହା କୋଲକତାରେ ସପ୍ଲାଏ ହେବ।’’

ଏହା ସମ୍ପୂର୍ଣ୍ଣ ଘରୋଇ ଉତ୍ପାଦରେ ତିଆରି ହୋଇଛି। ଏଥିରେ କୌଣସି ରାସାୟନିକ ପଦାର୍ଥ ଏବଂ ଚିନିର ବ୍ୟବହାର ହୋଇନାହିଁ, ଯାହାକୁ ସବୁ ବର୍ଗର ଲୋକେ ପିଇ ପାରିବେ। ବଜାରରେ ଏହାର ମୂଲ୍ୟ ୧୧୦ ରହିଛି ବୋଲି କହିଛନ୍ତି ନୋଭୋଲ୍ୟୁସନ ଫୁଡ୍‌ ଆଣ୍ଡ ବିଭରେଜ୍‌ କମ୍ପାନିର ପ୍ରମୋଟର ଆକାସ୍ମିକା ନାୟକ।

Comment