ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦ୍ୟୁତ୍‌ ଚୋରି ସମ୍ପର୍କରେ ଖବର ଦେଇ ୧୩ ଜଣ ପୁରସ୍କୃତ ହୋଇଛନ୍ତି। ୧୩ ଜଣ ଖବରଦାତାଙ୍କୁ ୭୮ ହଜାର ୬୦୦ ଟଙ୍କା ପୁରସ୍କାର ଦେଲା ସେସୁ। ୧୩ ଖବରଦାତା ହେଲେ ପୁରୀ, ନିମାପଡ଼ା, ଢେଙ୍କାନାଳ ଓ ଭୁବନେଶ୍ଵର ଅଞ୍ଚଳର।

ଖବରଦାତା ସେସୁର ଥିପ୍ଟ ଆଓ୍ଵାର୍ଡ ସ୍କିମ୍‌ ଯୋଜନା ମାଧ୍ୟମରେ ଖବର ଦେଇଥିଲେ। ହ୍ଵାଟ୍‌ସ୍‌ ଆପ୍‌ ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଖବର ଦେଇଥିଲେ।

ପୂର୍ବରୁ ଭୁବନେଶ୍ଵର, କଟକ, ଢେଙ୍କାନାଳ, କେନ୍ଦ୍ରପଡ଼ା ଓ ନୟାଗଡ଼ ଜିଲ୍ଲାର ୧୦ ଜଣ ଖବରଦାତାଙ୍କୁ ସେସୁ ତରଫରୁ ପୁରସ୍କୃତ କରାଯାଇଥିଲା।

Comment