ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫ୍ରାଇ ଡେ’ ରିଲିଜରେ ପରଦାକୁ ଆସିଛି ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଦମଦାର ଫିଲ୍ମ ମରଜାଓ୍ୱାଁ। ଫିଲ୍ମରେ ଏକ ଜବରଦସ୍ତ ଲଭ୍‌ଷ୍ଟୋରି ସହ ଆକ୍ସନ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମରେ ସିଦ୍ଧାର୍ଥଙ୍କ ଅପୋଜିଟରେ ନାୟିକା ସାଜିଛନ୍ତି ନବାଗତା ତାରା ସୂତାରିୟା।

ଏଥିରେ ଅଭିନେତା ରିତେଶ ଦେଶମୁଖଙ୍କୁ ଦର୍ଶକ ଖଳନାୟକ ଭୂମିକାରେ ଦେଖିଛନ୍ତି। ପ୍ରଥମ ଦିନରେ ଫିଲ୍ମଟି ଭଲ ଆୟ କରିବ ବୋଲି ଆଶା କରାଯାଉଛି।

ଫିଲ୍ମକୁ ଟି-ସିରିଜ୍ କମ୍ପାନି ପ୍ରଯୋଜନା କରିଥିବାବେଳେ ମିଲାପ ଜାଭେରୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Comment