ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ଵାସ୍ଥ୍ୟ ସମ୍ପର୍କିତ ସୂଚନା ଓ ପରାମର୍ଶ ପାଇଁ ଏଣିକି ୧୦୪ ନମ୍ଵରକୁ ବିନା ମୂଲ୍ୟରେ ଫୋନ କରନ୍ତୁ

ଏଣିକି ୧୦୪ ନମ୍ଵରକୁ ବିନା ମୂଲ୍ୟରେ ଫୋନ କରି ପାଇପାରିବେ ସ୍ଵାସ୍ଥ୍ୟ ସମ୍ପର୍କିତ ସୂଚନା ଓ ପରାମର୍ଶ। ୧୦୪ ହେଲ୍‌ଥ ହେଲ୍‌ପ ଲାଇନକୁ ଦିନରାତି ବିନାମୂଲ୍ୟରେ ଯୋଗାଯୋଗ କରିବାର ବ୍ୟବସ୍ଥାକୁ ଲୋକାର୍ପିତ କରାଯାଇଛି। ଏଥର ରାତିରେ ମଧ୍ୟ ଏହି ସେବା ଉପଲବ୍ଧ ହେବ।

ଲୋକମାନଙ୍କୁ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଓଡ଼ିଶା ସରକାରଙ୍କ ଆଉ ଏକ ପଦକ୍ଷେପ। ମୋ ସରକାର ମାଧ୍ୟମରେ ଲୋକଙ୍କ ପାଖକୁ ଯାଇ ସ୍ଵସ୍ଥ୍ୟ ସମ୍ପର୍କରେ ସମୀକ୍ଷା କରୁଛନ୍ତି ଅଧିକାରୀମାନେ। ସେହିପରି ଏହି ବ୍ୟବସ୍ଥାକୁ ମଧ୍ୟ ୧୫ ନଭେମ୍ଵର ୨୦୧୯ଠାରୁ ଆରମ୍ଭ କରାଯାଇଛି।

ଜାଣନ୍ତୁ ଫୋନ କରି ପାଇବେ କେଉଁ ସହାୟତା

  • ନିକଟତମ ସରକାରୀ ଚିକିତ୍ସାଳୟ, ଔଷଧାଳୟ, ବ୍ଲଡ୍‌ ବ୍ୟାଙ୍କ, ସ୍ଵତନ୍ତ୍ର ନିଦାନ ବ୍ୟବସ୍ଥା, ସହାୟ ଡାଏଲିସିସ୍‌ ବ୍ୟବସ୍ଥା ସମ୍ପର୍କରେ ସୂଚନା।
  • ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ସୂଚନା ତଥା ସମସ୍ତ ପଞ୍ଜିକୃତ ଚିକିତ୍ସାଳୟ ଏବଂ ସେଠାରେ ଉପଲବ୍ଧ ଥିବା ସେବା ତଥା ବ୍ୟବସ୍ଥା ବିଷୟରେ ସୂଚନା।
  • ମାନସିକ ସ୍ଵାସ୍ଥ୍ୟ, କିଶୋର ସ୍ଵାସ୍ଥ୍ୟ, ଆତ୍ମହତ୍ୟା ନିବାରଣ, ପରିବାର ନିୟୋଜନ ଏବଂ ଏଚ୍‌ଆଇଭି ଏଡସ୍‌ ସମ୍ଵନ୍ଧୀୟ ପରାମର୍ଶ।
  • ଆଶୁ ଚିକିତ୍ସା, ପୋଷଣ ଏବଂ ସ୍ଵଚ୍ଛତା, ମା’ ଓ ଶିଶୁର ସ୍ଵାସ୍ଥ୍ୟ ଜନିତ ସେବା।
  • ମହାମାରୀ ପ୍ରଭାବ ଓ ସଂକ୍ରମଣର ପ୍ରତିକାର।

Comment