ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଲ୍ମ ଦୁନିଆରେ ‘ଫ୍ରାଇଡେ ରିଲିଜ୍’ ବୋଲି ଗୋଟିଏ ଶବ୍ଦ ଆପଣ ଶୁଣିଥିବେ। ଅର୍ଥାତ ଫିଲ୍ମଟିଏ ସପ୍ତାହର ଶୁକ୍ରବାର ହିଁ ରିଲିଜ୍ ହୋଇଥାଏ। ତେବେ ଏହା ପଛର କାରଣ କ’ଣ ଜାଣିଛନ୍ତି କି? କ’ଣ ପାଇଁ ଫିଲ୍ମ ଶୁକ୍ରବାର ହିଁ ରିଲିଜ୍ ହୋଇଥାଏ।

ଜାଣନ୍ତୁଶୁକ୍ରବାର ଫିଲ୍ମ ରିଲିଜ୍ ହେବା ପଛର କାରଣ?

ସପ୍ତାହର ଶନିବାର ଓ ରବିବାରକୁ ଆମେ ଛୁଟିଦିନ ବୋଲି ଗ୍ରହଣ କରିଥାଉ। ଏହି ଦୁଇଦିନ ଲୋକମାନେ ନିଜର ଦୈନଦିନ ଜୀବନକୁ ଭୁଲି ଛୁଟି କଟାଇଥାନ୍ତି। ତେଣୁ ଭଲ ବ୍ୟବସାୟ ହେବା ଲକ୍ଷ୍ୟରେ ଫିଲ୍ମ ନିର୍ମାତାମାନେ ଶୁକ୍ରବାର ଫିଲ୍ମ ରିଲିଜ୍ କରିଥାନ୍ତି। କାରଣ ଶନିବାର ଓ ରବିବାର ଛୁଟିଦିନ ଥିବା କାରଣରୁ ଫିଲ୍ମ ହଲରେ ଲୋକଙ୍କ ଭିଡ଼ ରହିଥାଏ। ଫଳରେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିଥାଏ।

ପୂର୍ବରୁ ଅନେକ ବଲିଉଡ୍ ଫିଲ୍ମ ଭିନ୍ନ ଭିନ୍ନ ଦିନମାନଙ୍କରେ ମୁକ୍ତିଲାଭ କରୁଥିଲା। ତେବେ ବଲିଉଡର ବ୍ଲକବ୍ଲଷ୍ଟର ମୁଭି ମୁଗଲ-ଏ- ଆଜମ ଶୁକ୍ରବାର ହିଁ ରିଲିଜ୍ ହୋଇଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ବେଶ୍ ଭଲ ବ୍ୟବସାୟ କରିଥିଲା। ଏହି ଫିଲ୍ମକୁ ହିନ୍ଦୀ ଫିଲ୍ମ ଜଗତର ଏକ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଏ।

ସେହିଦିନଠାରୁ ବଲିଉଡର ଫିଲ୍ମଗୁଡ଼ିକ ଶୁକ୍ରବାର ହିଁ ରିଲିଜ୍ ହୋଇଥାଏ। ଏହିଦିନ ଫିଲ୍ମ ରିଲିଜ୍ ହେଲେ ନିର୍ଦ୍ଦେଶକ ଲାଭବାନ ହେବେ ବୋଲି ବିଶ୍ୱାସ ରହିଛି।

Comment