ଓଡ଼ିଶାଲାଇଭ୍ ବ୍ୟୁରୋ

ଅଯୋଧ୍ୟାରେ ମସିଜିଦ୍ ନିର୍ମାଣ କରିବାକୁ ଆବଶ୍ୟକ ଥିବା ୫ ଏକର ଜମିକୁ ଦାନରେ ଦେବେ ଜଣେ ହିନ୍ଦୁ ଯୁବକ। ଏନେଇ ଖୁବଶୀଘ୍ର ସେ ଜିଲ୍ଲା ପ୍ରଶାସନ ସହ କଥା ହେବେ ବୋଲି ସୂଚନା ମିଳିଛି। ଏହି ଯୁବକଜଣକ ହେଲେ ଅଯୋଧ୍ୟା ବାସିନ୍ଦା ରାଜନାରାୟଣ ଦାସ।

ରାଜନାରାୟଣ ଦାସ ତାଙ୍କର ୫ ଏକର ଜମିକୁ ସୁନ୍ନୀ ୱାକଫ୍ ବୋର୍ଡକୁ ଦାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଜମିରେ ବୋର୍ଡ ମସଜିଦ୍ ନିର୍ମାଣ କରୁ ବୋଲି ସେ କହିଛନ୍ତି। ଏହି ଜମିକୁ ସେ ମାଗଣାରେ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବେ। ଏହାପରେ ଜିଲ୍ଲା ପ୍ରଶାସନ ଏହାକୁ ସୁନ୍ନୀ ୱାକଫ୍ ବୋର୍ଡକୁ ଦେବାକୁ ସେ ଅନୁରୋଧ କରିଛନ୍ତି।

ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲା ଉପରେ ନିଜର ରାୟ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ, ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ କରାଯିବ। ସେହିପରି ଅଯୋଧ୍ୟାରେ ମୁସଲମାନଙ୍କୁ ମସଜିଦ୍‌ ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Comment