ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲା ହୁଡୁକା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଆଗରେ ଜଣେ ଯୁବକ ଦୁଇ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛି। ଏହି ଆତ୍ମହତ୍ୟାର ଭିଡିଓ ରେକର୍ଡ ମଧ୍ୟ ହୋଇଛି। ହେଲେ ଏହି ଯୁବକ ଜଣଙ୍କୁ କେହି ଆତ୍ମହତ୍ୟାରୁ ରୋକିବାକୁ ଉଦ୍ୟମ କରି ନଥିଲେ।

ମୃତ ଯୁବକ ହୁଡୁକା ଗାଁର ଶିବ ଚନ୍ଦନ। ଗ୍ରାମବାସୀଙ୍କ କହିବା କଥା ହେଉଛି ସେ ମାନସିକ ବିକୃତ। ଶୁକ୍ରବାର ଅପରାହ୍ଣରେ ବ୍ୟାଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କରିବ ବୋଲି ଗାଁ ଲୋକଙ୍କୁ କହିଥିଲେ। ଏହାକୁ ଲୋକେ ବିଶ୍ୱାସ କରି ନେଇଥିଲେ। ସେଥିପାଇଁ ଆଗୁଆ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ।

ଖବର ପାଇ ବ୍ୟାଙ୍କ ପାଖରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ। ହେଲେ ଶିବ ନିଜ କଥା ମୁତାବକ ବ୍ୟାଙ୍କ ଛାତ ଉପରକୁ ଯାଇ ତଳକୁ ଡେଇଁଥିଲେ। ଏହି ଦୃଶ୍ୟକୁ କିଛି ଲୋକ ମୋବାଇଲ କ୍ୟାମେରାରେ କଏଦ କରିଥିଲେ। ହେଲେ ଆତ୍ମହତ୍ୟାରୁ ତାକୁ କେହି ରୋକି ନଥିଲେ। ଏପଟେ ଶିବର ଜୀବନ ବଞ୍ଚାଇବା ପାଇଁ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ସେମାନେ ଦେଖରାହାରି ସାଜିଥିଲେ।

Comment