ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ-ବଲିଉଡ କନେକ୍ସନ୍ ବହୁତ ପୁରୁଣା। କିଛି ପ୍ରେମ କାହାଣୀ ସଫଳ ହୋଇଛି ତ ଆଉ କିଛି କେବଳ ଚର୍ଚ୍ଚାରେ ରହି ଯାଇଛି। ହେଲେ ବିରାଟ-ଅନୁଷ୍କାଙ୍କ ପ୍ରେମ କାହାଣୀ ସଫଳ ହୋଇଛି। ପ୍ରେମିକ-ପ୍ରେମିକାରୁ ଉଭୟ ଜନ୍ମ ଜନ୍ମର ସାଥୀ ପାଲଟିଛନ୍ତି।

କେମିତି ଆରମ୍ଭ ହେଲା ଲଭ୍‌ ଷ୍ଟୋରୀ

ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ହେଉଛନ୍ତି ବିରାଟ କୋହଲି। ଆଉ ଅନୁଷ୍କା ଶର୍ମା ହେଉଛନ୍ତି ବଲିଉଡର ଆଗଧାଡ଼ିର ନାୟିକା। ଉଭୟଙ୍କ ପ୍ରଫେସନ ଅଲଗା। ହେଲେ ପ୍ରେମ ବନ୍ଧନରେ ବାନ୍ଧି ହୋଇ ଯାଇଥିଲା କ୍ରିକେଟ ସହ ବଲିଉଡ।

୨୦୧୩ର ଘଟଣା। ଏକ ଟିଭି ସିରିଏଲ ପାଇଁ ବିଜ୍ଞାପନ ସୁଟିଂରେ ଏକାଠି ହୋଇଥିଲେ ଏହି ଦୁଇ ସେଲିବ୍ରିଟି। ବିଜ୍ଞାପନ ସୁଟିଂ ଶେଷ ହେଲା। ଏହି ସୁଟିଂ ସେଟ୍‌ ହିଁ ଉଭୟଙ୍କ ପାଇଁ ଥିଲା ଟର୍ଣ୍ଣିଂ ପଏଣ୍ଟ। ପ୍ରଥମ ଦେଖାରୁ ଉଭୟଙ୍କ ମଧ୍ୟରେ ସ୍ଥାପନା ହୋଇଥିଲା ବନ୍ଧୁତା। ପରେ ଏହି ବନ୍ଧୁତା ନିବିଡ଼ ହୋଇଯାଇଥିଲା। ଶେଷରେ ବନ୍ଧୁତା ପ୍ରେମର ରୂପ ନେଇଥିଲା।

୨୦୧୪ରେ ଫଟୋକୁ ନେଇ ଚର୍ଚ୍ଚା

ପ୍ରେମ ସମ୍ପର୍କକୁ ବିରାଟ-ଅନୁଷ୍କା ପ୍ରଥମେ ଅସ୍ବୀକାର କରୁଥିଲେ। ହେଲେ ୨୦୧୪ରେ ସବୁକିଛି ଖୁଲାସା ହୋଇ ଯାଇଥିଲା। ୨୦୧୪ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲା। ବିରାଟ କୋହଲି ବି ଯାଇଥିଲେ ମ୍ୟାଚ ଖେଳିବା ପାଇଁ। ବିରାଟଙ୍କ ପଛେପଛେ ଅନୁଷ୍କା ବି ଯାଇଥିଲେ ନ୍ୟଜିଲାଣ୍ଡରେ ପହଞ୍ଚିଥିଲେ। ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ସେତେବେଳେ ଭାଇରାଲ ହୋଇଥିଲା। ବିରାଟ-ଅନୁଷ୍କାଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଲା।

ବିରାଟ ଦେଇଥିଲେ ଫ୍ଲାଇଙ୍ଗ କିସ୍‌

୨୦୧୪ରେ ପୁଣି ଟିମ୍‌ ଇଣ୍ଡିଆ ଯାଇଥିଲା ଶ୍ରୀଲଙ୍କା ଗସ୍ତରେ। ଏହି ଅବସରରେ ବିରାଟ ଦିନିକିଆରେ ୬ ହଜାର ରନ୍‌ ପୂରଣ କରିଥିଲେ। ଖୁସିରେ ଆତ୍ମହରା ହୋଇ ବିରାଟ ପଡ଼ିଆରୁ ଫ୍ଲାଇଙ୍ଗ୍‌ କିସ୍ ଦେଇଥିଲେ। ଏହି କିସ୍‌ ଗାର୍ଲ ଫ୍ରେଣ୍ଡ ଅନୁଷ୍କାଙ୍କ ପାଇଁ ଥିଲା ବୋଲି କୁହାଯାଉଛି। ଏହାପରେ ବିରାଟ ଏବଂ ଅନୁଷ୍କାଙ୍କୁ ସବୁବେଳେ ଏକାଠି ଦେଖିବାକୁ ମିଳିଲା। ଅଷ୍ଟ୍ରେଲିଆ ଗସ୍ତରେ ଟିମ୍‌ ଇଣ୍ଡିଆ ଯାଇଥିଲା। ଅନୁଷ୍କାଙ୍କୁ ବି ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଲା। ଟିମ୍‌ ଇଣ୍ଡିଆ ଅଫିସିଆଲ ଲଞ୍ଚ ପାର୍ଟିରେ ବି ଅନୁଷ୍କା ସାମିଲ ହେଲେ। ବାରମ୍ବାର ବିରାଟ-ଅନୁଷ୍କା ଏକାଠି ହେବା ଘଟଣା ଆଉ ଛପି ରହିଲାନି। ଉଭୟ ଭିତରେ କିଛି ଅଛି ବୋଲି ରୋଚକ ଚର୍ଚ୍ଚା ହେଲା।

ଟ୍ୱିଟରରେ ବିରାଟ ଲେଖିଥିଲେ ‘ମାଇ ଲଭ୍’

୨୦୧୫ ମାର୍ଚ୍ଚ ୧୭ ତାରିଖର ଘଟଣା। ଅନୁଷ୍କା ଶର୍ମାଙ୍କ ଫିଲ୍ମ ‘ଏନ୍‌ ଏଚ୍‌-୧୦’ ରିଲିଜ ହେଲା। କ୍ରିକେଟ ମଇଦାନ ଛାଡ଼ି ବିରାଟ ଦେଖିଲେ ଅନୁଷ୍କାଙ୍କ ଫିଲ୍ମ। ତାଙ୍କ ଗାର୍ଲ ଫ୍ରେଣ୍ଡଙ୍କ ପାଇଁ ଟ୍ବିଟ କରିଥିଲେ। ଫିଲ୍ମକୁ ପ୍ରଶଂସା କରିବା ସହ ‘ମାଇ ଲଭ୍‌’ ବୋଲି ଟ୍ବିଟ କରିଥିଲେ।

ୱାର୍ଲ୍ଡ କପ୍‌ ସେମି ଫାଇନାଲରେ ଅନୁଷ୍କା

୨୦୧୫ ୱାର୍ଲଡ କପ୍‌ରେ ଭାରତ ଜିତାପଟ କରି ସେମି ଫାଇନାଲରେ ପହଞ୍ଚିଥିଲା। ସିଡନୀରେ ହେବାକୁ ଥିବା ସେମିଫାଇନାଲ ଦେଖିବା ପାଇଁ ଅନୁଷ୍କା ପହଞ୍ଚିଥିଲେ ଗ୍ୟାଲେରୀରେ। ହେଲେ ସେମି ଫାଇନାଲରେ ଟିମ୍‌ ଇଣ୍ଡିଅ ପରାଜିତ ହୋଇଥିଲା ଏବଂ ବିରାଟ ବି ଭଲ ପ୍ରଦର୍ଶନ କରିପାରି ନଥିଲେ। ଏଥିପାଇଁ ଦର୍ଶକ ଅନୁଷ୍କାଙ୍କୁ ଦାୟୀ କରିଥିଲେ। ଅନୁଷ୍କାଙ୍କୁ ସମାଲୋଚନା ମଧ୍ୟ କରିଥିଲେ। ପରେ ବିରାଟ-ଅନୁଷ୍କା ଭାରତ ଫେରିଥିଲେ। ଏୟାରପୋର୍ଟରେ ଉଭୟ ହାତ ଧରାଧରି ହୋଇ ଆସିବାର ଦୃଶ୍ୟ ସମସ୍ତଙ୍କ ନଜରରେ ପଡ଼ିଥିଲା। ମ୍ୟାଚ ହାରିବା ପାଇଁ ଅନୁଷ୍କାଙ୍କୁ ଦାୟୀ କରାଯାଉଥିବାରୁ ବିରାଟ ଦ୍ଃଖ ପ୍ରକାଶ କରିଥିଲେ।

ପ୍ରେମରେ ଫାଟ

କୁହାଯାଏ ପ୍ରେମରେ ରାଗ ଋଷା ନଥିଲେ ପ୍ରେମ ସାକାର ହୁଏନି। ଏମିତି ଘଟଣା ବିରାଟ-ଅନୁଷ୍କାଙ୍କ କ୍ଷେତ୍ରରେ ବି ଘଟିଥିଲା। ୨୦୧୫ ଶେଷ ଭାଗରେ ବିରାଟ-ଅନୁଷ୍କାଙ୍କ ପ୍ରେମରେ ଫାଟ ହୋଇଥିବା ଚର୍ଚ୍ଚା ହେଲା। ବିରାଟ ବାହାଘର ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଅନୁଷ୍କା କିନ୍ତୁ ରାଜି ହୋଇ ନଥିଲେ। ବାହାଘର ଅପକ୍ଷୋ ସେ ନିଜ କ୍ୟାରିଅର ଉପରେ ଅଧିକ ଫୋକସ୍ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଫାଟ ହୋଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା। କିଛିଦିନ ପରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଅନୁଷ୍କାଙ୍କୁ ଏୟାରପୋର୍ଟରୁ ରିସିଭ କରିବା ପାଇଁ ବିରାଟ ଆସିଥିଲେ। ପରେ ଜଣାପଡ଼ିଥିଲା ବ୍ରେକ୍‌ଅପ୍‌ ପରେ ପୁଣି ପ୍ରେମରେ ପ୍ୟାଚ୍‌ଅପ୍‌ ହୋଇଯାଇଛି।

୨୦୧୭ ଡିସେମ୍ବର ୧୧ରେ ବାହାଘର

୪ ବର୍ଷର ପ୍ରେମ ଡିସେମ୍ବର ୧୧ରେ ସଫଳ ହୋଇଛି। ବିରାଟ-ଅନୁଷ୍କା ଲଭବାର୍ଡ ବିବାହ ବନ୍ଧନରେ ବାନ୍ଧି ହୋଇଥିଲା।

Comment