ଓଡ଼ିଶାଲାଇଭ୍‌ ବ୍ୟୁରୋ

କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଲଗାତାର ଭାବେ ୬ଥର କିମ୍ବା ୬ରୁ ଅଧିକ ଥର ଜିଏସ୍‌ଟି ନ ଦିଅନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହିତ ଉକ୍ତ ବ୍ୟକ୍ତି କିମ୍ବା ଅନୁଷ୍ଠାନର ରେଜିଷ୍ଟ୍ରେସନ ନମ୍ବର ମଧ୍ୟ ରଦ୍ଦ କରାଯିବ।

ଗତ ଦୁଇ ବର୍ଷ ଧରି ଜିଏସଟି ସଂଗ୍ରହ କରିବାରେ ବିଫଳ ହୋଇଛନ୍ତି ସରକାର। ଏଥିଲାଗି କେନ୍ଦ୍ର ସରକାର ବସ୍ତୁ ଏବଂ ସେବା କର (ଜିଏସଟି) ପୈଠକୁ ନେଇ ଏଭଳି ଶକ୍ତ ମନୋଭାବ ପ୍ରଦର୍ଶନ କରିଛନ୍ତି।

ଗତ କିଛି ବର୍ଷ ହେଲା ଜିଏସଟି କର ସଂଗ୍ରହର ପରିମାଣ ଆଶାଠାରୁ କମ୍ ରହିଛି। ତେଣୁ କର ପୈଠ କରୁନଥିବା ବ୍ୟକ୍ତିମାନଙ୍କ ପାଇଁ କଠୋର ନୀତି ଅବଲମ୍ବନ କରିବାକୁ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ପ୍ରତ୍ୟେକ ଜୋନାଲ କାର୍ଯ୍ୟାଳକୁ ନିର୍ଦ୍ଦେଶ ଦିଆଯାଇଛି।

ଦୁଇ କିମ୍ବା ୨ରୁ ଅଧିକ ଥର ଜିଏସ୍‌ଟି ପୈଠ ନକଲେ

ଯଦି କୌଣସି ବ୍ୟବସାୟୀ ଲଗାତର ଦୁଇ କିମ୍ବା ୨ରୁ ଅଧିକ ଥର ଠିକ ସମୟରେ ଜିଏସଟି ପୈଠ ନକରନ୍ତି ତେବେ ସେ ଇ-ୱେ ବିଲ୍ ପୈଠ କରିପାରିବେ ନାହିଁ। ମୁମ୍ବାଇସ୍ଥିତ କେନ୍ଦ୍ରୀୟ ଜିଏସଟି ଓ ଏକ୍‌ସାଇଜ ବିଭାଗର ମୁଖ୍ୟ ଆୟୁକ୍ତ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ନିୟମ ସଫଳତା ପୂର୍ବକ ପାଳନ କରିବା ପାଇଁ ସମସ୍ତ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ବର୍ଷ ଅକ୍ଟୋବର ମାସରେ ଜିଏସଟି କଲେକ୍ସନ ୧,୦୦,୭୧୦ କୋଟି ଥିବା ବେଳେ ଚଳିତ ବର୍ଷ ଅକ୍ଟୋବରରେ ତାହା ୯୫,୩୮୦ କୋଟିକୁ ଖସି ଯାଇଛି। ଏଥିସହ ଲଗାତର ଭାବେ ତୃତୀୟ ଥର ପାଇଁ ଜିଏସଟି କର କଲେକ୍ସନ ୧ ଲକ୍ଷ କୋଟି ଟଙ୍କାରୁ ତଳକୁ ରହିଛି। ଗତ ସେପ୍ଟେମ୍ବର ମାସରେ ଜିଏସଟି କଲେକ୍ସନ ୯୧,୯୧୬ କୋଟି ରହିଥିଲା।

ସରକାର ଜିଏସଟି ଦାଖଲ ପ୍ରକ୍ରିୟାକୁ ଅଧିକରୁ ଅଧିକ ସହଜ ଓ ସରଳ କରିବା ପାଇଁ ଲକ୍ଷ୍ୟ ରଖିବା ସହ କରଦାତାଙ୍କୁ ସୁବିଧା ଦେବା ପାଇଁ ଆର୍ଥିକ ବର୍ଷ ୨୦୧୭-୧୮ ଓ ୨୦୧୮-୧୯ରେ ଜିଏସଟି କର ପ୍ରଦାନ ତାରିଖକୁ ବଢ଼ାଇ ଯଥାକ୍ରମେ  ୩୧ ଡିସେମ୍ବର ୨୦୧୯ ଓ ୩୧ ମାର୍ଚ୍ଚ ୨୦୨୦ କରିଦେଇଛନ୍ତି।

Comment