ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୀତଦିନରେ ଏଣକି ଲଦାଖ ଅଞ୍ଚଳରେ ମିଳିବ ଗାଡ଼ି ପାଇ ଇନ୍ଧନ। ଏନେଇ ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ଓ୍ୱିଣ୍ଟର ଗ୍ରେଡ ଡିଜେଲ ପମ୍ପ ଆରମ୍ଭ କରିଛି।

ରବିବାର ଗୃହମନ୍ତ୍ରୀ ଅମିତ ଶାହ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସି ଜରିଆରେ ରବିବାର ଏହାକୁ ଉଦଘାଟନ କରିଛନ୍ତି।

ଶୀତଦିନରେ ପ୍ରବଳ ଥଣ୍ଡା ଯୋଗୁଁ ଏଠାରେ ଗାଡ଼ି ପାଇଁ ଇନ୍ଧନ ମିଳେ ନାହିଁ। ଲଦାଖ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ମାଇନସ୍‌ ୨୫ ଯାଏଁ ରହିଥାଏ। ଆଇଓସିଏଲ୍ ଦ୍ୱାରା ନିର୍ମିତ ସ୍ୱତନ୍ତ୍ର ଶୀତକାଳୀନ-ଗ୍ରେଡ୍ ଡିଜେଲ୍ -୩୩ ଡିଗ୍ରୀ ତାପମାତ୍ରାରେ ମଧ୍ୟ ରହିପାରିବାର କ୍ଷମତା ରଖିଛି।

ଏହାକୁ ଆଇଓସିଏଲର ପାନିପଥ ରିଫାଇନାରୀରେ ତିଆରି କରାଯାଇଛି। ଏବେ ଏହି ବ୍ୟବସ୍ଥା ଫଳରେ ସୁରକ୍ଷା କର୍ମୀ, ପର୍ଯ୍ୟଟକ ଏବଂ ସ୍ଥାନୀୟବାସୀଙ୍କବାସୀ ପାଇଁ ଇନ୍ଧନ ଯୋଗାଣର ସୁନିଶ୍ଚିତ ହୋଇଛି।

Comment