ଓଡ଼ିଶାଲାଇଭ୍ ବ୍ୟୁରୋ

ଏଲ୍ଆଇସି ଉପଭୋକ୍ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ନଭେମ୍ବର ୩୦ ତାରିଖରୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ତାର ଅନେକ ପ୍ଲାନ ଓ ପଲିସି ବନ୍ଦ କରିବାକୁ ଯାଉଛି।

ଇନ୍‌ସୁରାନ୍ସ ରେଗୁଲେଟୋରୀ ଓ ଡେଭଲପମେଣ୍ଟ ଅଥରିଟି (ଆଇଆରଡିଏ)ର ନୂଆ ଗାଇଡଲାଇନ୍ ଅନୁସାରେ ଏଲ୍ଆଇସି କମ୍ପାନି ତା’ର ଜୀବନ ଆନନ୍ଦ, ଜୀବନ ଉମଙ୍ଗ, ଜୀବନ ଲକ୍ଷ୍ୟ ଓ ଜୀବନ ଲାଭ ଭଳି କେତେକ ପଲିସି ବନ୍ଦ କରିବାକୁ ଯାଉଛି। ତେବେ ପୂର୍ବରୁ ଏହି ପଲିସିରେ ଥିବା ପଲିସି ହୋଲ୍‌ଡରମାନେ ପୂର୍ବଭଳି ଏବେ ବି ଏହାର ଲାଭ ଉଠାଇପାରିବେ।

ଡିସେମ୍ବର ୧ ତାରିଖରୁ ଏଲ୍ଆଇସି କମ୍ପାନି ନୂଆ ଗାଇଡଲାଇନ୍ ଅନୁସାରେ ଆହୁରି ଅନେକ ନୂଆ ପ୍ଲାନ୍ ଆଣିବାକୁ ଯାଉଛି। ଏହି ନୂଆ ପ୍ଲାନଗୁଡ଼ିକରେ ବୋନସ୍ ରେଟ୍ କମ୍ ରହିଥିବାବେଳେ ପ୍ରିମିୟମର ପରିମାଣ ଅଧିକ ରହିବ।

Comment