ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭାର ଐତିହାସିକ ୨୫୦ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାକୁ ଭାରତୀୟ ସଂଘୀୟ ଢାଞ୍ଚାର ଆତ୍ମା ବୋଲି ଅଭିହିତ କରିଛନ୍ତି। ସେ କହିଲେ ଯେ ଯଦି ଲୋକସଭା ମାଟି ସହିତ ଯୋଡ଼ି ହୋଇ ରହିଛି, ରାଜ୍ୟସଭାର ପରିବ୍ୟାପ୍ତି ଅତ୍ୟନ୍ତ ବ୍ୟାପକ। ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଉକ୍ତିକୁ ମଧ୍ୟ ସେ ଉଦ୍ଧାର କରି ଏହି ସଭାର ଗରିମାକୁ ପ୍ରଶଂସା କରିଥିଲେ।

ଭାଷଣ ପ୍ରଦାନ ସମୟରେ ମୋଦି ଏନସିପି ଓ ବିଜୁ ଜନତା ଦଳର ମଧ୍ୟ ପ୍ରଶଂସା କରିଥିଲେ। ଏହି ଦୁଇ ଦଳର ସାଂସଦ କେବେ ବି ଜାମିନରେ ଆସିନାହାନ୍ତି ବୋଲି କହିବା ସହ ଏହି ଦୁଇ ଦଳଠାରୁ ବହୁତ କିଛି ଶିଖିବା ପାଇଁ ଅଛି ବୋଲି ସେ ଉଲ୍ଲେଖ କରିଛନ୍ତି। ମୋଦିଙ୍କ ଏହି ଭାଷଣ ପରେ ମହାରାଷ୍ଟ୍ରରେ ରାଜନୈତିକ ଗତିବିଧି ସମ୍ପୂର୍ଣ୍ଣ ବଦଳିଯାଇଛି।

ମୋଦିଙ୍କ ଟିପ୍ପଣୀକୁ ନେଇ ଏବେ ବିଭିନ୍ନ ପ୍ରକାର ଅଟକଳ କରାଯାଉଛି। ଏହାର ଉଦ୍ଦେଶ୍ୟ କ’ଣ ହୋଇପାରେ ବୋଲି ରାଜନୀତି ବିଶାରଦ ମାନେ ତର୍ଜମା କରିବା ଆରମ୍ଭ କରିଛନ୍ତି। କୁହାଯାଉଛି, ମୋଦିଙ୍କ ଏହି ପରୋକ୍ଷ ପ୍ରଶଂସା ମହାରାଷ୍ଟ୍ରରେ ସରକାର ଗଠନ ଉପରେ ପ୍ରଭାବ ପକାଇପାରେ।ଏନସିପି ସହ ବନ୍ଧୁତା ସ୍ଥାପନ କରି ମହାରାଷ୍ଟ୍ରରେ ବିଜେପି-ଏନସିପି ସରକାର ପାଇଁ ରାସ୍ତା ଫିଟି ପାରେ ବୋଲି ଦିଲ୍ଲୀ ରାଜନୀତି ମହଲରେ ଆଲୋଚନା ହେଉଛି। ଏହିଭଳି କୌଣସି ସମ୍ଭାବନା ରହିଛି କି ବୋଲି ସାମ୍ବାଦିକ ମାନେ ପଚାରିବାରୁ ଶରଦ ପାୱାର କିଛି ଉତ୍ତର ଦେଇ ନଥିଲେ। ଏହି ନୀରବତା ବିଜେପି-ଏନସିପି  ନୂଆ ସରକାର ଗଠନ ଆକଳନକୁ ଆହୁରି ଶକ୍ତି ଯୋଗାଇଛି।

Comment