ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାରଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ରାଜ୍ୟସଭାରେ ଗୋଟିଏ ନୂଆ କଥା ଦେଖିବାକୁ ମିଳିଛି। ଯଦି ଆପଣ ବି ନଜର କରିଥିବେ ତେବେ ଦେଖିଥିବେ ରାଜ୍ୟସଭାରେ ଉପରାଷ୍ଟ୍ରପତିଙ୍କ ପଛରେ ଠିଆ ହେଉଥିବା ମାର୍ଶଲଙ୍କ ଡ୍ରେସକୋର୍ଡ ବଦଳିଯାଇଛି।

ପୂର୍ବରୁ ଉପ-ରାଷ୍ଟ୍ରପତିଙ୍କ ପଛରେ ଠିଆ ହେଉଥିବା ମାର୍ଶଲ ଧଳା ରଙ୍ଗର ୟୁନିଫର୍ମ ପିନ୍ଧୁଥିଲେ। ଯାହା ଏବର୍ଷ ସଂସଦ ଅଧିବେଶନରେ ବଦଳିଯାଇଛି। ନୂଆ ୟୁନିଫର୍ମରେ ମାର୍ଶଲ ଏକ ଆର୍ମି ଅଫିସର ଗେଟଅପରେ ନଜର ଆସୁଛନ୍ତି।

ସୋମବାରଠାରୁ ସଂସଦର ୨୫୦ତମ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନ ଆସନ୍ତା ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।

Comment