ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଣନ୍ତୁ, ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡ଼େଙ୍କ ବିଷୟରେ ୧୦ଟି କଥା।

  • ଦେଶର ୪୭ତମ ପ୍ରଧାନ ବିଚାରପତି ଭାବରେ ସେ ଆଜି  ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦ ଅଳଙ୍କୃତ କରିବାରେ ମହାରାଷ୍ଟ୍ରରୁ ସେ ହେଉଛନ୍ତି ଚତୁର୍ଥ ବ୍ୟକ୍ତି।
  • ତାଙ୍କର ବୟସ ବର୍ତ୍ତମାନ ୬୩ ବର୍ଷ ଓ ଢେର ସମୟ ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ। ୨୦୨୧ ଏପ୍ରିଲ ୨୩ରେ ସେ ଅବସର ଗ୍ରହଣ କରିବେ।
  • ବିଗତ ଦୁଇ ବର୍ଷ ଧରି ସେ ସୁପ୍ରିମକୋର୍ଟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲା ସହିତ ଜଡ଼ିତ ହୋଇ ଆସିଛନ୍ତି।
  • ଆଧାର କାର୍ଡ ନଥିଲେ ସରକାରୀ ସୁବିଧା ପାଇପାରିବେ ନାହିଁ ବୋଲି ଯେଉଁ ନିୟମ କେନ୍ଦ୍ର ସରକାର କରିଥିଲେ ତାହାକୁ ଜଷ୍ଟିସ ବୋବଡ଼େ ହିଁ ନାକଚ କରିଦେଇଥିଲେ।
  • ନାଗପୁର କୋର୍ଟରେ ପ୍ରାକ୍ଟିସ କରୁଥିବା ସମୟରେ ତାଙ୍କୁ ‘ଚାଷୀଙ୍କ ରକ୍ଷାକର୍ତ୍ତା’ ଭାବେ ପରିଗଣିତ କରା ଯାଉଥିଲା। କୃଷକ କଲ୍ୟାଣ ପାଇଁ ସେ କୋର୍ଟରେ ଅନେକ ମାମଲା ଲଢ଼ିଥିଲେ।
  • ଏପ୍ରିଲ ୨୪, ୧୯୫୬ରେ ନାଗପୁରରେ ଜନ୍ମିତ ଜଷ୍ଟିସ ବୋବଡ଼େଙ୍କ ସମସ୍ତ ଶିକ୍ଷା ନାଗପୁରରେ ହିଁ ଶେଷ ହୋଇଛି। ସେ ଜଣେ କଠିନ ପରିଶ୍ରମୀ ବୋଲି ସମସ୍ତେ ଜାଣନ୍ତି।
  • ସେ ଅନେକ ଯୁବ ଓକିଲଙ୍କ ପାଇଁ ପ୍ରେରଣା ହୋଇ ଆସିଛନ୍ତି।ତାଙ୍କ ବାପା ଦୁଇ ଥର ମହାରାଷ୍ଟ୍ର ସରକାରଙ୍କ ଆଡଭୋକେଟ ଜେନେରାଲ ଥିଲେ।
  • କଲେଜରେ ପଢ଼ିବା ସମୟରୁ ଜଷ୍ଟିସ ବୋବଡ଼େ ଜଣେ ଭଲ ଟେନିସ ଖେଳାଳି ରହି ଆସିଛନ୍ତି। ଏବେ ବି ସେ ଟେନିସ ଖେଳିବାକୁ ଭଲ ପାଆନ୍ତି।
  • ସେ ପୂର୍ବରୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବା ପାଇଁ ଜଷ୍ଟିସ ରଞ୍ଜନ ଗୋଗୋଇ ତାଙ୍କୁ କ୍ଲିନ ଚିଟ୍‌ ଦେଇଥିଲେ।
  • ନିକଟରେ ଅଯୋଧ୍ୟା ମାମଲାରେ ଯେଉଁ ରାୟ ପ୍ରକାଶ ପାଇଥିଲା ସେହି ଖଣ୍ଡପୀଠରେ ଜଷ୍ଟିସ ବୋବଡ଼େ ବି ଥିଲେ।

Comment