ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଭୁବନେଶ୍ୱରରେ ଗଡ଼ିବ ବିଦ୍ୟୁତ୍‌ଚାଳିତ ବସ୍‌। ୧୦ଦିନ ଯାଏଁ ବିନା ଯାତ୍ରୀରେ ଏହି ବିଦ୍ୟୁତ୍‌ ଚାଳିତ ବସ୍‌ ରାଜଧାନୀର ବିଭିନ୍ନ ରୁଟ୍‌ରେ ଗଡ଼ିବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

ତେବେ ରାଜଧାନୀରେ ଦୁଇଟି ବସ୍‌ ଗଡ଼ିବାକୁ ଥିବା ବେଳେ ଏହା ହାଇଦ୍ରାବାଦ୍‌ରୁ ଅଣାଯାଇଛି।

ବସ୍‌ରେ ମୋଟ୍‌ ୩୨ଟି ସିଟ୍‌ ରହିଥିବା ବେଳେ ଫୋନ୍‌ ଚାର୍ଜ ନିମନ୍ତେ ସିଟ୍‌ ପାଖରେ ପଏଣ୍ଟ ରହିଛି। କ୍ରୁଟ୍‌ର ମହାପ୍ରବନ୍ଧକ ଦିପ୍ତୀମୟୀ ମହାପାତ୍ର କହିଛନ୍ତି, ‘‘ପ୍ରାଥମିକ ଭାବେ ଗୋଟିଏ ଲେଖାଏଁ ବସ୍‌ ଆଣି ଚଳାଚଳ କରାଯିବ। ବସ୍‌ ଗଡ଼ିବା ପରେ ଜଣାପଡ଼ିବ ସହର ପାଇଁ ଏହି ବିଦ୍ୟୁତ୍‌ ବସ୍‌ ଉପଯୋଗୀ ହେବ ନା ନାହିଁ।

Comment