ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜେ କିଛି ଶିଖିବାକୁ ଆସିଥିବା ଛାତ୍ରୀ ଏବେ ଅନ୍ୟମାନଙ୍କ ପ୍ରେରଣା ପାଲିଟିଛନ୍ତି। ନିଜେ ତାଲିମ ନେବାକୁ ଆସିଥିଲା ବେଳ ଏକ ନିଆରା ଅନ୍ଦାଜରେ ନାଚି, ଅଭିନୟ କରି ଟ୍ରାଫିକ ସମ୍ଭାଳୁଛନ୍ତି ଏହି ଛାତ୍ରୀ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଇନ୍ଦୋର ସହରରେ।

ଏମ୍‌ବିଏ ଛାତ୍ରୀ ସୁଭି ଜୈନ ଗତ ୧୫ ଦିନ ହେବ ଏହିଭଳି ଢଙ୍ଗରେ ଲୋକଙ୍କୁ ଟ୍ରାଫିକ୍ ସଚେତନତା କରାଉଛନ୍ତି। ରାସ୍ତା ଉପରେ ନାଚି ଅଭିନୟ କରି ଟ୍ରାଫିକ ସଚେତନତା କରାଉଥିବା ସୁରଭିଙ୍କ ନିଆରା ଷ୍ଟାଇଲ ଲୋକଙ୍କୁ ଆକର୍ଷଣ କରୁଛି।

ସୁଭିଙ୍କର ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୁଭି ଏମ୍‌ବିଏ ଦ୍ୱିତୀୟ ବର୍ଷର ସିମ୍ବାଓସସିସର ଛାତ୍ରୀ। ସେ ଇନ୍ଦୋରର ସାଗର ଜିଲ୍ଲା ବିନା ସହରରେ ରହନ୍ତୀ। ଏକ ପ୍ରଶିକ୍ଷଣ କାର୍ଯ୍ୟରେ ସେ ଟ୍ରାଫିକ ଭଲ୍ୟୁଣ୍ଟର କାମ କରୁଛନ୍ତି। ତାଙ୍କ ଫୋକସରେ ହେଲମେଟ, ସିଟ୍‌ବେଲ୍ଟ ଓ ପାର୍କିଂ ରହିଛି।

ସୁଭିଙ୍କ କହିବା କଥା ଲୋକ ସଚେତନ ହେଲେ ଟ୍ରାଫିକ କର୍ମଚାରୀଙ୍କ ଆବଶ୍ୟକ ପଡ଼ିବ ନାହିଁ। ସୁରଭିଙ୍କ ଏହି ପଦକ୍ଷେପକୁ ଚାରିଆଡ଼େ ପ୍ରଂଶସା ମିଳୁଛି।

Comment