ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଆଉ ଗଞ୍ଜେଇ ଚାଷକୁ ଅନୁମତି ମିଳିବ ନାହିଁ। ମଙ୍ଗଳବାର ଲୋକସେବା ଭବନରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଅବକାରୀ ସଚିବ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି।

ଗଞ୍ଜେଇରେ ଥିବା ଔଷଧୀୟ ଗୁଣ ଯୋଗଁ ଅନେକ ସଂସ୍ଥା ଗଞ୍ଜେଇ ଚାଷ ପାଇଁ ଅନୁମତି ଦିଅନ୍ତି। କିନ୍ତୁ ଆଇନ ବିଭାଗ ଏ ପ୍ରସ୍ତାବକୁ ଖାରଜ କରିଛନ୍ତି ବୋଲି ଅବକାରୀ ସଚିବ କହିଛନ୍ତି।

ମଙ୍ଗଳବାର ଗଞ୍ଜେଇ ଚାଷକୁ ଅନୁମତି ନେଇ ଲୋକସେବା ଭବନରେ ବୈଠକ ବସିଥିଲା। ଗଞ୍ଜେଇରେ ଔଷଧୀୟ ଗୁଣ ଥିବା ଦର୍ଶାଇ ଅନୁମତି ପାଇଁ ବୈଠକ ବସିଥିଲା।

Comment