ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ଦେଶରେ ଲାଗୁ ହେବ ଜାତୀୟ ନାଗରିକ ପଞ୍ଜିକରଣ(ଏନ୍‌ଆର୍‌ସି)। ଏନେଇ ରାଜ୍ୟସଭାରେ ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ସ୍ଵପନ ଦାସଗୁପ୍ତାଙ୍କ ପ୍ରଶ୍ନର ଉତ୍ତର ରଖି ଅମିତ ଶାହା ଏହା କହିଛନ୍ତି। ଏହାସହ ଲୋକମାନଙ୍କୁ ଭୟଭୀତ ନହେବା ପାଇଁ ସେ କହିଛନ୍ତି।

ଅମିତ ଶାହ କହିଛନ୍ତି, “ଏନ୍‌ଆର୍‌ସିରେ ଏମିତି କିଛି ପ୍ରବନ୍ଧନ ନାହିଁ ଯେ, ଏଥିରେ ଅନ୍ୟ ଧର୍ମର ଲୋକ ରହିପାରିବେନି। ଭାରତର ଯେକୌଣସି ଧର୍ମର ଲୋକ ଏଥିରେ ସାମିଲ ହୋଇପାରିବେ। ତେଣୁ କୌଣସି ଧର୍ମର ଲୋକ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏହା ମାଧ୍ୟମରେ ଭାରତର ସମସ୍ତ ଲୋକ ଏନ୍‌ଆର୍‌ସିରେ ସାମିଲ ହୋଇପାରିବେ।”

ପୂର୍ବରୁ ଆସାମରେ ଏନ୍‌ଆର୍‌ସି ଲାଗୁ ହୋଇ ସାରିଛି। ଏହାପରେ ପଶ୍ଚିମବଙ୍ଗରେ ଏନ୍‌ଆରସି ଲାଗୁ କରାଯିବା ବୋଲି ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ।

ଅମିତ ଶାହ କୋଲକାତାରେ କହିଥିବା ଏହି କଥାକୁ ଟାର୍ଗେଟ କରି କଂଗ୍ରେସ ସାଂସଦ ସୟଦ ନାସିର ହୁସେନ ପ୍ରଶ୍ନ କରି କହିଛନ୍ତି, “ଆପଣ କୋଲକତାରେ ରେ ଭାଷଣ ଦେବା ବେଳେ ୫-୬ଟି ଧର୍ମକୁ ଏନ୍‌ଆର୍‌ସିରେ ସାମିଲ ହେବା କଥା କହିଥିଲେ ହେଲେ ସେଠାରେ ମୁସଲମାନ ଧର୍ମ କଥା ଉଠାଇ ନଥିଲେ।”

Comment