ଓଡ଼ିଶାଲାଇଭ୍ ବ୍ୟୁରୋ

ଆମ ଶରୀରର ହଜମ କରିବା ଶକ୍ତିଠାରୁ ଅଧିକ ଶର୍କରା ଆମ ଜୀବନକୁ ବିପର୍ଯ୍ୟସ୍ତ କରିଦିଏ। ଶରୀରର ଆବଶ୍ୟକତାଠାରୁ ଅଧିକ ଶର୍କରା ଥିବା ଖାଦ୍ୟ ଫଳରେ ଏହି ସବୁ ବଡ଼ ବଡ଼ ରୋଗ ହେବାର ବିପଦ ଥାଏ। ଏହି ସବୁ ବଡ଼ ରୋଗ ଓ ଏହାର ବିପଦ ବାବଦରେ ଜାଣନ୍ତୁ।

ମୁହଁରେ କୁଞ୍ଚ

ମୁହଁ ଓ ଶରୀରର ଅନ୍ୟ ଅଂଶରେ ଚର୍ମ କୁଞ୍ଚ ହୋଇଯିବା ବାର୍ଦ୍ଧକ୍ୟର ଲକ୍ଷଣ। ଆପଣଙ୍କର ସ୍ବାସ୍ଥ୍ୟ ଯେମିତି ଥିଲେ ବି ଠିକ୍‌ ସମୟରେ ଏହା ଶରୀରରେ ଦେଖାଯାଏ। କିନ୍ତୁ ଖାଦ୍ୟ ପେୟରେ ଅସାବଧାନତା କାରଣରୁ ସମୟ ପୂର୍ବରୁ ବାର୍ଦ୍ଧକ୍ୟର ଲକ୍ଷଣ ଦେଖାଦେଇପାରେ। ଶର୍କରା ଓ ପ୍ରୋଟିନ୍‌ର ମାତ୍ରା ଅଧିକ ହେଲେ ଶରୀରରେ ହେଉଥିବା ପ୍ରତିକ୍ରିୟା ଫଳରେ ଆଡଭାନ୍ସଡ୍‌ ଗ୍ଲାଇକେସନ୍‌ ଏଣ୍ଡ ପ୍ରଡକ୍ଟସ୍‌ ପ୍ରସ୍ତୁତ ହୋଇଯାଏ। ଏହା ଆମ ଶରୀରରେ ବିଭିନ୍ନ ସ୍ଥାନରେ ଚର୍ମକୁ କୁଞ୍ଚ କୁଞ୍ଚ କରିଦିଏ।

ଶକ୍ତି କମିଯିବା, ଉତ୍ସାହ ମିଳେଇଯିବା

ବାର୍ଦ୍ଧକ୍ୟରେ ଲୋକଙ୍କର ବିଭିନ୍ନ କାମ କରିବାକୁ ଉତ୍ସାହ କମିଯାଏ। କିନ୍ତୁ ଆଜିକାଲି ଅନେକ ଯୁବ ଅବସ୍ଥାରେ ବି ଅଧିକାଂଶ ସମୟରେ ଥକା ଥକା ଅନୁଭବ କରୁଛନ୍ତି। ଏହାର କାରଣ ହେଲା ଖାଦ୍ୟ ପେୟ। ଅତିରିକ୍ତ ଶର୍କରାଯୁକ୍ତ ଖାଦ୍ୟ ସାମଗ୍ରୀ ରକ୍ତ ଶର୍କରା ଓ ଇନସୁଲିନ୍‌କୁ ଅଧିକ ମାତ୍ରାରେ ବଢ଼ାଇ ଦିଏ। ଏହା ଫଳରେ କିଛି ସମୟ ପର୍ଯ୍ୟନ୍ତ ଉତ୍ସାହ ଖୁବ୍‌ ଅଧିକ ବଢ଼ିଯାଏ, କିନ୍ତୁ କିଛି ସମୟରେ ବ୍ୟକ୍ତି ଥକା ଥକା ଅନୁଭବ କରେ। ଏଭଳି ସ୍ଥିତିରୁ ବଞ୍ଚିବା ପାଇଁ ଏମିତି କାର୍ବୋହାଇଡ୍ରେଟ୍ ଖାଦ୍ୟ ଖାଆନ୍ତୁ, ଯାହା ଫଳରେ ଶରୀରକୁ ଅତିରିକ୍ତ ଶର୍କରା ଯିବ ନାହିଁ। ଏଥିରେ ଫାଇବର ଅଧିକ ମାତ୍ରାରେ ଥିବା ଉଚିତ। କାର୍ବୋହାଇଡ୍ରେଟ୍‌ସ ସହ ପ୍ରୋଟିନ୍‌ ବା ଫ୍ୟାଟ୍‌ର ସମ୍ମିଶ୍ରଣ ଅଧିକ ଉପାଦେୟ ହୋଇଥାଏ। ଏହା ଆପଣଙ୍କ ରକ୍ତ ଶର୍କରା ଓ ଉତ୍ସାହକୁ କାଏମ ରଖିଥାଏ।

ଡିପ୍ରେସନର ଅଧିକ ବିପଦ

ସୁସ୍ଥ ଆହାର ଆପଣଙ୍କ ଉତ୍ସାହକୁ ଦୁଇ ଗୁଣ କରିପାରେ, ସେହିପରି ଅଧିକ ଶର୍କରା ଯୁକ୍ତ ଓ ପ୍ରକ୍ରିୟାଯୁକ୍ତ ଖାଦ୍ୟ ବା ପାନୀୟର ସେବନ କଲେ ଅବସାଦ ବା ଡିପ୍ରେସନର ବିପଦ ବଢ଼ିଯାଏ। ଗବେଷଣା ଅନୁସାରେ ବ୍ଲଡ୍‌ ସୁଗାର ହିଁ ମୁଡ୍‌ ପରିବର୍ତ୍ତନ, ନ୍ୟୁରୋଟ୍ରାନ୍ସମିଟର୍ସକୁ ଗଡ଼ଗଡ଼ କରିବାର କାରଣ ହୋଇପାରେ। ଅଧିକ ଶର୍କରା ହେବା ଫଳରେ ମାନସିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ଆଡ଼କୁ ଇସାରା କରେ।

କ୍ୟାନସରର ବିପଦ

ଅଧିକ ମିଠା ବା ଶର୍କରା ଯୁକ୍ତ ଖାଦ୍ୟ ଖାଇବା ଫଳରେ କେତେକ ପ୍ରକାରର କ୍ୟାନସର ହେବାର ବିପଦ ଥାଏ। ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଫଳରେ ବଢୁଥିବା ମୋଟାପଣ ବି କ୍ୟାନସର ହେବାର ସମ୍ଭାବନାକୁ ବଢ଼ାଇ  ଦିଏ । ୪ ଲକ୍ଷ ୩୦ ହଜାର ଲୋକଙ୍କ ଉପରେ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଶର୍କରା ଅଧିକ ସେବନ କରିବା ଫଳରେ ଏସୋଫୋଗିୟଲ କ୍ୟାନସର, ପ୍ଲୁରାଲ୍‌ କ୍ୟାନସର ଓ ଛୋଟ ଅନ୍ତରେ କ୍ୟାନସରର ଆଶଙ୍କା ଅଧିକ ବଢ଼ିଯାଏ। ଅତିରିକ୍ତ ଶର୍କରା ଓ କ୍ୟାନସର ଭିତରେ ସମ୍ପର୍କକୁ ନେଇ ଏବେ ଗବେଷଣା ଜାରି ରହିଛି।

Comment