ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଡାଫୋନ୍‌-ଆଇଡିଆ ଓ ଏୟାରଟେଲ ମୋବାଇଲ କଲ୍‌ ରେଟ୍‌ ଆସନ୍ତା ଡିସେମ୍ବର ପହିଲାରୁ ବୃଦ୍ଧି ହେବା ନେଇ ଘୋଷଣା ହେବାର ପରଦିନ ରିଲାଏନ୍ସ ଜିଓ ମଧ୍ୟ ମୋବାଇଲ୍‌ ଶୁଳ୍କ ବୃଦ୍ଧି କରିବ ବୋଲି ଘୋଷଣା କରିଛି।

ତେବେ କମ୍ପାନି କେବେଠାରୁ ମୋବାଇଲ କଲ୍‌ ରେଟ୍‌ ବୃଦ୍ଧି କରିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଜିଓ ପକ୍ଷରୁ କୁହାଯାଇଛି, ଟେଲି ଯୋଗାଯୋଗ କ୍ଷେତ୍ରରେ ନିୟାମକ ଟ୍ରାଇ ପକ୍ଷରୁ ଶୁଳ୍କ ସଂଶୋଧନ ସଂକ୍ରାନ୍ତରେ ପରାମର୍ଶ ପ୍ରକ୍ରିୟା ଆରମ୍ଭ ହେବ। ଅନ୍ୟ ଅପରେଟରଙ୍କ ଭଳି ଜିଓ ମଧ୍ୟ ସରକାରଙ୍କ ସହ ମିଶି ଏହା କରିବ।

ଉଭୟ ଗ୍ରାହକଙ୍କ ଡାଟା ବ୍ୟବହାର ଏବଂ କମ୍ପାନିର ନିବେଶ ଉପରେ ଯେଭଳି ପ୍ରତିକୂଳ ପ୍ରଭାବ ନ ପଡ଼ିବ, ତାହାକୁ ଦୃଷ୍ଟିରେ ରଖି କଲ୍‌ ରେଟ୍‌ ଦର ବୃଦ୍ଧି କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Comment