ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୧୫ରୁ ତୋଷାଳିକ୍ରାଫ୍ଟସ୍‌ ମେଳା। ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଦ୍ଦଶ ତୋଷାଳିମେଳା ଏଥର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ତଥା ରାଜ୍ୟ ବାହାରୁ ପାଖାପାଖି ୪ ଶହରୁ ଅଧିକ କାରିଗର ଓ ବୁଣାକାର ସାମିଲ ହେବ। ମେଳାରେ ମୋଟ୍‌ ୪୦୦ଟି ଷ୍ଟଲ ଲାଗିବ। ଏନେଇ ବୁଧବାର ଲୋକସେବା ଭବନରେ  ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ବସିଥିଲା।

ମେଳାରେ ଓଡ଼ିଶା ଓ ଅନ୍ୟ ରାଜ୍ୟଗୁଡ଼ିକର ଜନଜାତିଙ୍କ ଲୋକକଳା ପ୍ରଦର୍ଶିତ ହେବ। ଚଳିତବର୍ଷ ମେଳାର ବିଷୟବସ୍ତୁ ‘ହସ୍ତତନ୍ତ’ ରହିବ।

ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବିଭିନ୍ନ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଓଡ଼ିଶୀ ନୃତ୍ୟ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକନୃତ୍ୟ ସହ ଦେଶର ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ। ରାଜ୍ୟର ନାମୀଦାମୀ ହୋଟେଲ୍‌ମାନେ ଫୁଡ୍‌ କୋର୍ଟରେ ସେମାନଙ୍କର ଷ୍ଟଲ୍‌ ଖୋଲିବେ। ଏହି ଷ୍ଟଲ୍‌ରେ ପାରମ୍ପାରିକ ଓଡ଼ିଆ ଖାଦ୍ୟ ସହିତ ଜାତୀୟ ଓ ଆନ୍ତର୍ଜାତୀୟ ଖାଦ୍ୟ ଉପଲବ୍ଧ ହେବ।

Comment