ଓଡ଼ିଶାଲାଇଭ୍ ବ୍ୟୁରୋ

କାର୍ତ୍ତିକ ମାସ ଗଲାଣି। ହେଲେ ପିଆଜ ଦର କମିବାର ନାଁ ଧରୁନି। ପିଆଜ ଗତ ଦୁଇ ଦିନ ତଳେ ୫୫ରୁ ୬୦ ଟଙ୍କାରେ ବିକ୍ରି ହେଉଥିଲା। ଦୁଇ ଦିନ ପରେ ପିଆଜ କିଲୋ ୮୦ ଛୁଇଁଛି। ଗ୍ରାହକ ପିଆଜ କିଣିବାକୁ ଯାଉଛନ୍ତି, ହେଲେ ରେଟ୍‌ ଶୁଣି ଫେରି ଆସୁଛନ୍ତି।

ଭୁବନେଶ୍ୱର ୧ ନମ୍ବର ହାଟ, କଟକ ଛତ୍ରବଜାର ଏବଂ ବାଲେଶ୍ୱର ପରିବା ବଜାରରେ ପିଆଜ ୮୦ ଛୁଇଁଛି। ଅନ୍ୟ ସହରରେ ବି ପିଆଜ ୮୦ ଛୁଇଁଲାଣି। ଅନ୍ୟ ପରିବା ଦର ବି ମହଙ୍ଗା ରହିଛି। ୫୦୦ ଟଙ୍କାରେ ବ୍ୟାଗ ପୂରୁନି।

ଗତ ୪ ମାସ ତଳେ ପିଆଜ ୨୦ ଟଙ୍କାରେ ବିକ୍ରି ହେଉଥିଲା। ହେଲେ ଏବେ ପିଆଜ ସିଧା ୬୦ ଟଙ୍କା ବଢ଼ିଛି। ପିଆଜ ଦର ଏବେ କମିବା ବି ସମ୍ଭବ ନୁହେଁ। କାରଣ ଓଡ଼ିଶାରୁ ପିଆଜ ଅମଳ ଭଲ ହେଉନି। ବାହାର ରାଜ୍ୟ ଉପରେ ପିଆଜ ପାଇଁ ଓଡ଼ିଶା ନିର୍ଭର କରୁଛି।

ମହାରାଷ୍ଟ୍ରର ନାସିକ୍‌, ଆନ୍ଧ୍ର ପ୍ରଦେଶର କୁଣ୍ଣୁଲ ଓ ଗୁଡୁମ୍‌ର ନୂଆ ପିଆଜ ଆସିଲେ ଯାଇ ପିଆଜ ଦର କମିବ ବୋଲି ବ୍ୟବସାୟୀ କହିଛନ୍ତି।

Comment