ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରଦାରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କଲା ଫିଲ୍ମ ‘ପାଗଲପନ୍ତି’। ଶୁକ୍ରବାର ଫିଲ୍ମି ଫ୍ରାଇଡେ’ରେ ରିଲିଜ୍‌ ହେଲା ମଲ୍ଟି ଷ୍ଟାର କାଷ୍ଟ ବଲିଉଡ୍‌ ଫିଲ୍ମ ‘ପାଗଲପନ୍ତି’। ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତା ଅର୍ସଦ୍‌ ୱର୍ସି, ଜନ୍‌ ଆବ୍ରାହମ ଏବଂ ପୁଲ୍‌କିତ ସମ୍ରାଟ।

ସେହିପରି ଫିଲ୍ମରେ ଅନିଲ କପୁର, ସୌରଭ ଶୁକ୍ଳା, ଉର୍ବସୀ ରାଉଟେଲା ଏବଂ ଇଲିଆନା ଡିକ୍ରୁଜ୍‌ଙ୍କୁ ପାର୍ଶ୍ୱ ଭୂମିକାରେ ଦେଖିବାକୁ ମିଳିଛି। ଫିଲ୍ମକୁ ନେଇ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଛି। ବର୍ଷର ଶେଷ ଭାଗରେ ‘ପାଗଲପନ୍ତି’ ରିଲିଜ ହୋଇଥିବା ବେଳେ ଦର୍ଶକ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।

‘ପାଗଲପନ୍ତି’ ଫିଲ୍ମରେ ଜବରଦସ୍ତ କମେଡି ସହିତ ଜନ୍‌ ଆବ୍ରାହମଙ୍କ ଆକ୍ସନ ମଧ୍ୟ ଦେଖିବାକୁ ମିଳିଛି। ନର୍ଦ୍ଦେଶକ ଅନିସ୍‌ ବାଜ୍‌ମୀ ଏହି  ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମ ଟି-ସିରିଜ୍‌ ବ୍ୟାନରରେ ରିଲିଜ ହୋଇଛି। ଫିଲ୍ମକୁ ନେଇ ଦର୍ଶକ ଭଲ ପ୍ରତିକ୍ରିୟା ଦେଇଥିବା ବେଳେ ବକ୍ସ ଅଫିସରେ ଏହା କିଭଳି ବ୍ୟବସାୟ କରୁଛି ତାହା ଦେଖିବା ବାକି ରହିଲା।

Comment