ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକଟରେ ସରକାରୀ ଟେଲିକମ୍ କମ୍ପାନି ବିଏସ୍‌ଏନ୍‌ଏଲ୍‌ ପ୍ରତି ୫ ମିନିଟ୍‌କୁ ୬ ପଇସା ଲେଖାଏଁ କ୍ୟାସ୍‌ବ୍ୟାକ୍‌ ମଳିବ ବୋଲି ଘୋଷଣା କରିଥିଲା। ବର୍ତ୍ତମାନ କମ୍ପାନି ଆଉ ଏକ ବଡ଼ ଘୋଷଣା କରିଛି। ଏବେ ଏସ୍‌ଏମ୍‌ଏସ୍‌ କଲେ ମଧ୍ୟ କ୍ୟାସ୍‌ବ୍ୟାକ୍‌ ମିଳିବ। ବର୍ତ୍ତମାନ କମ୍ପାନି ନିଜ ଗ୍ରାହକଙ୍କୁ ଏସ୍‌ଏମ୍‌ଏସ୍‌ ପ୍ରତି ୬ ପଇସା ଦେବାକୁ ଘୋଷଣା କରିଛି।

ଏହି ଅଫର ପାଇବା ପାଇଁ ଗ୍ରାହକଙ୍କୁ ନିଜ ନମ୍ବରରେ ସର୍ଭିସ୍‌ ଆକ୍ଟିଭ୍‌ କରିବାକୁ ପଡ଼ିବ। ଏହାକୁ ଆପଣ ଏସ୍‌ଏମ୍‌ଏସ୍‌ ଜରିଆରେ କରିପାରିବେ। ଏହାକୁ ଆକ୍ଟିଭ୍‌ କରିବା ପାଇଁ ମେସେଜ୍‌ ବକ୍ସକୁ ଯାଇ ‘ACT 6 paisa’ ଲେଖି ୯୪୭୮୦୫୩୩୩୪ ନମ୍ବରକୁ ମେସେଜ୍‌ ପଠାଇଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ସର୍ଭିସ ଆକ୍ଟିଭ୍‌ ହୋଇଯିବ ଏବଂ ମେସେଜ୍‌ ପଠାଇଲେ ଏସ୍‌ଏମ୍‌ଏସ୍‌ ପ୍ରତି ଆପଣଙ୍କୁ ୬ ପଇସା କ୍ୟାସ୍‌ବ୍ୟାକ୍‌ ମିଳିବ।

ଏହି ଅଫର କେବଳ ବିଏସ୍‌ଏନ୍‌ଏଲ୍‌ ଲ୍ୟାଣ୍ଡଲାଇନ୍‌, ବ୍ରଡବ୍ୟାଣ୍ଡ ଏବଂ ଫାଇବର ଗ୍ରାହକଙ୍କ ପାଇଁ ରହିଛି। ଆସନ୍ତା ଡିସେମ୍ବର ୩୧ ଯାଏଁ ଏହି ଅଫର ଜାରି ରହିବ। ଏହି କ୍ୟାସ୍‌ବ୍ୟାକ୍‌ ଗ୍ରାହକଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ଛଡ଼ାଯିବ।

ସୂଚନାଯୋଗ୍ୟ, ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ କଲିଂରେ ମଧ୍ୟ କ୍ୟାସ୍‌ବ୍ୟାକ୍‌ ଦିଆଯାଉଛି। ଗ୍ରାହକଙ୍କୁ ମିନିଟ୍‌ ପ୍ରତି ୬ ପଇସା ଲେଖାଏଁ କ୍ୟାସ୍‌ବ୍ୟାକ୍‌ ମିଳୁଛି। ଏହା ୱେରଲାଇନ୍‌, ବ୍ରଡବ୍ୟାଣ୍ଡ ଏବଂ ଏଫ୍‌ଟିଟିଏଚ୍‌ ଗ୍ରହକଙ୍କ ପାଇଁ ଉପଲବ୍ଧ ଅଟେ।

ଅନ୍ୟପକ୍ଷରେ ଆସନ୍ତା ଡିସେମ୍ବର ୧ରୁ ବିଏସ୍‌ଏନ୍‌ଏଲ୍‌ ନିଜର ଟାରିଫ୍‌ ଭାଉଚରର ମୂଲ୍ୟ ବଢ଼ାଉଛି। କେବଳ ବିଏସ୍‌ଏନ୍‌ଏଲ୍‌ ନୁହେଁ, ଦେଶର ସମସ୍ତ ଟେଲିକମ୍‌ କମ୍ପାନି ମଧ୍ୟ ନିଜର ପ୍ଲାନ୍‌ର ଦାମ୍‌ ବଢ଼ାଉଥଇବା ସୂଚନା ମିଳିଛି।  ତେବେ କେତେ ବଢ଼ିବ ସେନେଇ ଏପର୍ଯ୍ୟନ୍ତ ସୂଚନା ଦିଆଯାଇ ନାହିଁ।

Comment