ଓଡ଼ିଶାଲାଇଭ୍ ବ୍ୟୁରୋ

ରାତିରେ ଶୋଇବା ବେଳେ ପ୍ରାୟ ଲୋକ ଘୁଙ୍ଗୁଡ଼ି ମାରିଥା’ନ୍ତି। ଯେତେ ଚେଷ୍ଟା କଲା ପରେ ବି ଲୋକମାନେ ଘୁଙ୍ଗୁଡ଼ି ମାରିବାରୁ ମୁକ୍ତି ପାଇପାରନ୍ତି ନାହିଁ। ତେବେ ଜାଣନ୍ତୁ, କେମିତି ଘୁଙ୍ଗୁଡ଼ିରୁ ପାଇବେ ମୁକ୍ତି?

ରିସର୍ଚରୁ ଜଣାପଡ଼ିଛି ଯେ, ନିୟମିତ ନିଦ ବଟିକା ଖାଉଥିଲେ ବା ଅଧିକ ମାଦକଦ୍ରବ୍ୟ ସେବନ କରୁଥିଲେ ହିଁ ଏଭଳି ସମସ୍ୟା ଉପୁଜିଥାଏ।

ଅନ୍ୟପଟେ ଓଜନ ବଢ଼ିଲେ ଆମ ବେକପାଖର ଟିସୁର ଆକାର ବଢ଼ିଯାଏ, ଫଳରେ ଶୋଇବା ବେଳେ ଘୁଙ୍ଗୁଡ଼ି ମାରିଥାଉ।

ଉପଚାର

ପ୍ରତିଦିନ ରାତିରେ ଶୋଇବା ବେଳେ ସୋରିଷ ତେଲକୁ ନଖ ଉଷୁମ କରି ପୂରା ଶରୀରରେ ମାଲିସ କରନ୍ତୁ। ଦେଖିବେ ଜଲଦି ଘୁଙ୍ଗୁଡ଼ି ମାରିବା ବନ୍ଦ ହେବ।

ରାତିରେ ଖାଇ ସାରିବାର ୨୦ ମିନିଟ୍‌ ପରେ ୧ ଗ୍ଲାସ୍‌ ନଖ ଉଷୁମ କ୍ଷୀରରେ ଚିମୁଟାଏ ହଳଦୀ ମିଶାଇ ପିଅନ୍ତୁ।

ରସୁଣ ମଧ୍ୟ ଘୁଙ୍ଗୁଡ଼ି ମାରିବାରୁ ମୁକ୍ତି ଦେଇଥାଏ। ସକାଳେ ଗୋଟିଏ ପାଖୁଡ଼ା ରସୁଣ ଖାଇଲେ ୧ ସପ୍ତାହ ମଧ୍ୟରେ ଆପଣଙ୍କ ଘୁଙ୍ଗୁଡ଼ି ମରା ସମସ୍ୟାର ସମାଧାନ ହୋଇଯିବ।

ଗୁଜୁରାତିରେ ବି ଏହାର ସମାଧାନ ରହିଛି। ଗୋଟିଏ ଗ୍ଲାସ୍‌ ପାଣିକୁ ଭଲ ଭାବେ ଫୁଟାଇ ଥଣ୍ଡା ହେବାକୁ ଦିଅନ୍ତୁ। ଏଥିରେ ଗୁଜୁରାତି ଛେଚି ପକାନ୍ତୁ। ନଖ ଉଷୁମରେ ଏହାକୁ ପିଅନ୍ତୁ। ଏହି ପାଣି ପିଇଲେ ଘୁଙ୍ଗୁଡ଼ି ସମସ୍ୟାର ସମାଧାନ ହୋଇଥାଏ।

Comment