ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷରୁ ନୂଆ ପ୍ରୋଜେକ୍ଟ ଆରମ୍ଭ କରିବେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍‌। ସେ ତାଙ୍କ ଆଗାମୀ ଆକ୍ସନ ଫିଲ୍ମ ‘ଆଟାକ୍‌’ର ସୁଟିଂ ୨୦୨୦, ଜାନୁଆରିରୁ ଆରମ୍ଭ କରିବେ।

ଏହି ଫିଲ୍ମରେ ନାୟକ ସାଜିବେ ଅଭିନେତା ଜନ୍‌ ଆବ୍ରାହମ। ଏଥିରେ ଜନ୍‌, ଜ୍ୟାକଲିନଙ୍କ ସହ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ମଧ୍ୟ ମୁଖ୍ୟ ଚରିତ୍ରରେ ଆସିବେ।

ଅଭିନେତା ଜନ୍‌ ନିଜେ ଏହି ଫିଲ୍ମ ନିର୍ମାଣ କରୁଥିଲା ବେଳେ ଲକ୍ଷ୍ୟ ରାଜ ଆନନ୍ଦ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଭାବେ କାମ କରିବେ। ଜ୍ୟାକଲିନ ଓ ରକୁଲ ମଧ୍ୟ ପ୍ରଥମ ଥର ସ୍କ୍ରିନ ସେୟାର କରିବେ। ଏଥିରେ ଉଭୟଙ୍କ ଦମଦାର ରୋଲ୍‌ ରହିଛି।

Comment