ଓଡ଼ିଶାଲାଇଭ୍‌ ବ୍ୟୁରୋ

କଦଳୀ ଏକ ଏଭଳି ଫଳ ଯାହାକୁ ସାରାଦେଶରେ ସବୁଠୁ ଅଧିକ ଲୋକ ଖାଆନ୍ତି। ଏଥିରେ ବହୁ ସଂଖ୍ୟକ ପୋଷକ ତତ୍ତ୍ୱ  ଭିଟାମିନ ଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପକାରୀ।

କ୍ୟାଲସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ ଓ ଭିଟାମିନ ମିଳିଥାଏ। କଦଳୀ ହାର୍ଟକୁ ମଧ୍ୟ ସୁସ୍ଥ ରଖେ।  ହେଲେ ଆପଣ ଜାଣନ୍ତି କି ରାତିରେ କଦଳୀ ଖାଇବା ଦ୍ୱାରା ଆପଣ ଅନେକ ସମସ୍ୟାରେ ପଡ଼ି ପାରନ୍ତି।

ବହୁତ ଲୋକ ରାତିରେ କଦଳୀ ଖାଇବା ପସନ୍ଦ କରନ୍ତି। ହେଲେ ଅନେକଙ୍କ ମତରେ ରାତିରେ କିମ୍ବା ସନ୍ଧ୍ୟାରେ କଦଳୀ ଖାଇବା କଥା ନୁହେଁ। ଏହା ଦ୍ୱାରା ଆପଣଙ୍କୁ ଥଣ୍ଡା, କାଶ ହେବାର ସମ୍ଭାବନା ରହିଛି। ସେଥିପାଇଁ ଦିନରେ କଦଳୀ ଖାଇବ ସ୍ୱାସ୍ଥ୍ୟ ପାଇଁ ଠିକ୍‌।

କଦଳୀ ଶରୀରରେ ଏନର୍ଜି ଲେବଲକୁ ବଢାଇଥାଏ।  ଯାହାଫଳରେ ଥକା ଲାଗିନଥାଏ।। କଦଳୀରେ ଥିବା  ଭିଟାମିନ୍ ଓ ଫାଇବର ଆପଣଙ୍କ ତ୍ୱଚାରେ ଉଜ୍ଜଳତା ଆଣିଥାଏ।

Comment