ଓଡ଼ିଶାଲାଇଭ୍‌ ବ୍ୟୁରୋ

୭୫ ବର୍ଷ ପୂର୍ତ୍ତି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଛି ପ୍ଲାଟିନମ ଜୁବୁଲି ଉତ୍ସବ। ଉତ୍ସବର ଦ୍ୱିତୀୟ ଦିନରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନିଜ ବର୍ଷକର ଦରମା ବିଶ୍ୱବିଦ୍ୟାଳୟ ଆଲୁମିନି ପାଣ୍ଠିକୁ ଦାନ କରିବା ପାଇଁ ଘୋଷଣା କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଆଲୁମିନି ପାଣ୍ଠି ଗଠନ କରାଯାଉ। ଏହି ପାଣ୍ଠିକୁ ମୁଁ ମୋ ବର୍ଷକର ଦରମା ଦେବି। ବିଶ୍ୱବିଦ୍ୟାଳୟ କୁଳପତି ଆକାଉଣ୍ଟ ନମ୍ବର ଦେଲେ ମୁଁ ଏହି ଟଙ୍କା ଦେଇଦେବି।”

କେନ୍ଦ୍ର ଇସ୍ପାତ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ପୁରାତନ ଛାତ୍ର। ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବରେ ଆଲୁମିନି ମିଟ୍‌ର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନିଜ ବର୍ଷକର ଦରମା ଆଲୁମିନି ପାଣ୍ଠିକୁ ଦାନ କରିବାକୁ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟକୁ ୧୦୦ କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

Comment