ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶାସକ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ପୂର୍ବର ସବୁ ରେକର୍ଡ଼ ଭାଙ୍ଗିଦେଇଛି। ୨୧ ତାରିଖରେ ଶେଷ ହୋଇଥିବା ସଭ୍ୟ ସଂଗ୍ରହ ଅଭିଯାନରେ ୮୦ ଲକ୍ଷ ଲୋକ ଦଳର ସଦସ୍ୟ ହୋଇଛନ୍ତି। ପୂର୍ବରୁ ସଦସ୍ୟ ସଂଖ୍ୟା ୪୭ ଲକ୍ଷ ରହିଥିଲା। ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ ତିନି ସପ୍ତାହ ବଢ଼େଇ ଦିଆଯିବା ପରେ ଏହି ଲକ୍ଷ୍ୟରେ ପହଁଚିଛି ଦଳ। ଏକା ସାଙ୍ଗରେ ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ଚାଲିଥିଲେ ମଧ୍ୟ ବିଜେଡ଼ି ତୁଳନାରେ ବିଜେପି ବହୁ ପଛରେ ଅଛି।

ସଭ୍ୟ ସଂଗ୍ରହ ଶେଷ ହେବା ପରେ ଏବେ ବିଜେଡିର ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ନବୀନ ପଟ୍ଟନାୟକ ପୁଣି ଥରେ ଦଳର ସଭାପତି ନିର୍ବାଚିତ ହେବେ।

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନରୁ ଗୋଟିଏ କଥା ଜଣାପଡ଼ୁଛି ଯେ ମହିଳା ଓ ଯୁବକମାନେ ବହୁଳ ସଂଖ୍ୟାରେ ସଭ୍ୟ ହୋଇଛନ୍ତି। ବିଜେଡ଼ି ଟାର୍ଗେଟ କରିଥିଲା ୭୦ ଲକ୍ଷ ସଭ୍ୟ। କିନ୍ତୁ ଏହା ଆହୁରି ୧୦ ଲକ୍ଷ ବଢ଼ିଯାଇଛି। ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ମହିଳା ଓ ଯୁବକଙ୍କ ଆଗ୍ରହ ଆଗାମୀ ଦିନରେ ହେବାକୁ ଥିବା ପୌର ନିର୍ବାଚନରେ ଦଳକୁ ସାହାଯ୍ୟ କରିବ।

ତେବେ କଂଗ୍ରେସ ଦଳର ସଭ୍ୟ ସଂଗ୍ରହ କେଉଁ ସ୍ଥିତିରେ ଅଛି ଓ କେତେ ସଦସ୍ୟ ହୋଇଛନ୍ତି ତାହାର କୌଣସି ଖବର ଆସୁନାହିଁ।

Comment