ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଦିନ ଆସିଲେ ମଶାମାନଙ୍କ ଆତଙ୍କ ବି ଅଧିକ ହୋଇଯାଏ। ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲୋକେମାନେ ବିଭିନ୍ନ ପ୍ରକାରର ମଶା ମାରିବା ଧୂପ, ଝୁଣା, ମେସିନ୍‌ ଓ ମଶା ମାରିବା ବ୍ୟାଟ୍‌ର ବ୍ୟବହାର କରିଥା’ନ୍ତି। କିନ୍ତୁ ମଶା ମାରୁଥିବା ଏହି ଧୂପ ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ।

ରିସର୍ଚରୁ ଜଣାପଡ଼ିଛି ଯେ, ଗୋଟେ ମଶାଧୂପ ୧୦୦ଟି ସିଗାରେଟ୍‌ଠାରୁ ବି କ୍ଷତିକାରକ। ମଶା ଧୂପରୁ ପାଖାପାଖି ୨.୫ ପିଏମ୍‌ ଧୂଆଁ ବାହାରିଥାଏ, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ମଶା ଧୂପରୁ ବାହାରୁଥିବା ଧୂଆଁରେ ପ୍ରତିଦିନ ରହିଲେ ଶ୍ୱାସ ହେବାର ଆଶଙ୍କା ଅଧିକ ଥାଏ। ବିଶେଷଜ୍ଞଙ୍କ କହିବାନୁସାରେ, କୌଣସି ବ୍ୟକ୍ତି ମଶାଧୂପରୁ ବାହାରୁଥିବା ଧୂଆଁରେ ଅଧିକ ସମୟ ରହେ, ତେବେ ତାଙ୍କୁ ଆଜ୍‌ମା ହେବାର ଆଶଙ୍କା ଥାଏ।

ମଶାଧୂପରୁ ବାହାରୁଥିବା କଡ଼ା ଧୂଆଁ ତ୍ୱଚା ଓ ଆଖି ପାଇଁ କ୍ଷତିକାରକ ହୋଇଥାଏ। ଏହାଦ୍ୱାରା ଆଖିରେ ପୋଡ଼ାଜଳା ବି ହୋଇଥାଏ।

Comment