ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ବିଧାୟକ ସୁରରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ କହିଲେ ଯେ, ଏବେ ରତ୍ନ ଭଣ୍ଡାର ଖୋଲାଯିବାର ପ୍ରସ୍ତାବ ନାହିଁ।

ବିଧାନସଭା ଶୀତ ଅଧିବେଶନରେ ଉଠିଛି ରତ୍ନଭଣ୍ଡାର ପ୍ରସଙ୍ଗ। ଏବେ ରତ୍ନ ଭଣ୍ଡାର ଖୋଲାଯିବାର କୌଣସି ପ୍ରସ୍ତାବ ନାହିଁ ବୋଲି ମଙ୍ଗଳବାର ବିଧାନସଭାରେ କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖି ଏକଥା ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।

ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଶେଷ ଥର ପାଇଁ କେବେ ଖୋଲାଯାଇଥିଲା? ଏହି ସମୟରେ କ’ଣ କ’ଣ ରତ୍ନ ମିଳିଥିଲା? ବର୍ତ୍ତମାନ କେଉଁ କାରଣରୁ ରତ୍ନ ଭଣ୍ଡାର ଖୋଲାଯାଉନାହିଁ? ଏବଂ ଶେଷ ଥର ଗଣତି ହୋଇଥିବା ରତ୍ନ ସୁରକ୍ଷିତ ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ସୁର ରାଉତରାୟ।

ଏହାର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ଶେଷଥର ପାଇଁ ଭିତର ରତ୍ନ ଭଣ୍ଡାର ୧୯୮୫ ମସିହାରେ ଖୋଲାଯାଇଥିଲା। ଏହି ସମୟରେ ୪୫୪ଟି ସୁନା ଅଳଙ୍କାର ଅନ୍ୟାନ୍ୟ ଜିନିଷ ରହିଥିଲା। ଏହାସହ ୨୩୬ଟି ରୂପା ଅଳାଙ୍କାର ମଧ୍ୟ ରହିଥିଲା। ଏମାନଙ୍କ ମଧ୍ୟରୁ ୮ଟି ସୁନା ମୂର୍ତ୍ତି, ୬ଟି ରୂପା ବାସନ ଓ ଅନ୍ୟାନ୍ୟ ମୂର୍ତ୍ତି ବିଭିନ୍ନ କାରଣରୁ ଓଜନ ହୋଇପାରିନଥିଲା। ତେବେ ବର୍ତ୍ତମାନ ରତ୍ନ ଭଣ୍ଡାରକୁ ଖୋଲି ତନଖି କରିବା ନିମନ୍ତେ କୌଣସି ପ୍ରସ୍ତାବ ନାହିଁ।”

Comment