ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୧ରୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେବା ଖବର ଶୁଣିବା ପରେ ଲୋକଙ୍କ ମନରେ ସୃଷ୍ଟି ହୋଇଥିଲା କୋକୁଆ ଭୟ। ଏଥିପାଇଁ ଗତ ତିନି ଚାରି ଦିନ ହେବ ଭୁବନେଶ୍ୱର ଆରଟିଓରେ ଲୋକଙ୍କ ଭିଡ଼ ଜମିଥିଲା। କିଏ ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ ପାଇଁ ତ କିଏ ଲାଇସେନ୍ସ ପାଇଁ ଆରଟିଓ ସମ୍ନାରେ ଲମ୍ବା ଲାଇନ୍‌ରେ ଠିଆ ହୋଇଥିଲେ।

ଆଜି ଭୁବନେଶ୍ୱରସ୍ଥିତ ଆରଟିଓ-୧ରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ବଡ଼ି ଭୋରରୁ ରାତି ୧୦ ପର୍ଯ୍ୟନ୍ତ ଲୋକ ଲାଇନ୍‌ ଲଗେଇଥିଲେ ଲାଇସେନ୍ସ ପାଇଁ। ଦୀର୍ଘ ସମୟ ଧରି ଖରାରେ ଛିଡ଼ା ହେବା ପରେ ଆରଟିଓ-୧ ଗେଟ୍‌ରେ ଠେଲାପେଲା ସ୍ଥିତି ଉପୁଜିଥିଲା। ଏମିତି ପରିସ୍ଥିତି ହେଲା ଯେ, ଲୋକେମାନେ ଆରଟିଓ ଅଫିସ୍‌ର ଗେଟ୍‌ ଠେଲାପେଲା କରି ଭିତରକୁ ଧସେଇ ପସିଲେ। ଲୋକଙ୍କ ଠେଲାପେଲା ଆଗରେ କାମ ଦେଲାନି ପୋଲିସ ବଳ।

ଗୁରୁବାର ସରକାର ଟ୍ରାଫିକ୍‌ ନିୟମକୁ ଆଉ ତିନି ମାସ କୋହଳ କରିବା ପାଇଁ ଘୋଷଣା କରିଛନ୍ତି। ଏହାପରେ ଲୋକମାନଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି।

Comment