ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। କ୍ୟାପିଟାଲ୍ ରିଜିଅନ୍ ଅରବାନ୍ ଟ୍ରାନସପୋର୍ଟ(କ୍ରୁଟ୍) ତରଫରୁ ଆଗାମୀ ଦୁଇମାସ ପାଇଁ ଏସ୍‌ସି ବସଭଡା କମ୍‌ କରାଯାଇଛି। ଏହି ଏସ୍‌ସି ବସ୍‌ ଭଡାକୁ ୩୮ ପ୍ରତିଶତ କରାଯାଇଥିବା ବେଳେ ମାସିକ ପାସ୍‌ ଦର ମଧ୍ୟ କମାଯାଇଛି। ଏହି ନୂଆ ବସ୍‌ ଭଡ଼ା ଡିସେମ୍ଵର ୧ରୁ ଲାଗୁ କରାଯିବ।

ଏସ୍‌ସି ବସ୍‌ ପ୍ରଥମ ୨ କିଲୋମିଟର ପାଇଁ ସର୍ବନିମ୍ନ ଭଡ଼ା ବର୍ତ୍ତମାନ ପାଇଁ ୮ ଟଙ୍କା ପରିବର୍ତ୍ତେ ୫ ଟଙ୍କାରେ ନିର୍ଦ୍ଧାରିତ କରାଯାଇଛି। ସେହିପରି ଏସ୍‌ସି ବସ୍ ସର୍ବାଧିକ ଭଡ଼ା ୧୦୦ ଟଙ୍କା ପରିବର୍ତ୍ତେ ୭୦ ଟଙ୍କା କରାଯାଇଛି। ବର୍ତ୍ତମାନ ଏସ୍‌ସି ବସ୍‌ ଭଡା ବିନା ଏସ୍‌ସି ବସ ଭଡାଠାରୁ ୬୦ ପ୍ରତିଶତରୁ ୧୪୦ ପ୍ରତିଶତ ଅଧିକା ରହିଛି। ବର୍ତ୍ତମାନ ଦରର ପରିବର୍ତ୍ତନ ପରେ ଏହି ଭଡା ମାତ୍ର ୩୦ପ୍ରତିଶତ ଅଧିକ ରହିବ ବୋଲି କହିଛନ୍ତି କ୍ରୁଟ୍‌ ମହାପ୍ରବନ୍ଧକ ଶ୍ରୀମତି ଦୀପ୍ତି ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଏହି ରିହାତି କରାଯିବାର ଉଦ୍ଦେଶ୍ୟ ହେଉଛି ମୋ ବସ ଯାତ୍ରୀମାନଙ୍କୁ ଏକ ନିଆରା ଅନୁଭବ ପ୍ରଦାନ କରିବା ତଥା ଶୀତଋତୁରେ ଯାତ୍ରୀ ସଂଖ୍ୟା ବୃଦ୍ଧି କରିବା। ଏହି ନୂଆ ଦର ୧ ଡିସେମ୍ଵର ୨୦୧୯ରୁ ୩୧ ଡିସେମ୍ଵର ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ।

Comment